ଭାରତର ଏହି ଛୋଟ ଗାଁ କୁ ‘ୟୁଟ୍ୟୁବ ରାଜଧାନୀ’ ବୋଲି କୁହାଯାଏ

1 min read

ନନ୍ଦିଘୋଷ ବ୍ୟୁରୋ : ଭାରତରେ ଏମିତି ଏକ ଗାଁ ଅଛି ଯାହା ଦେଶର ୟୁଟ୍ୟୁବ ରାଜଧାନୀ ନାମରେ ପରିଚିତ । ଏହି ଗାଁରେ ୪ ହଜାର ଲୋକ ବାସ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୦୦୦ ଲୋକ ୟୁଟ୍ୟୁବର ଅଛନ୍ତି । ସେଥିରେ ପୁରୁଷ ଏବଂ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି । ସେମାନେ ପ୍ରତିଦିନ ୟୁଟ୍ୟୁବରେ ନିଜ କଣ୍ଟଣ୍ଟେ ଅପଲୋଡ୍ କରନ୍ତି । ଏବଂ ୟୁଟ୍ୟୁବରୁ ଭଲ ରୋଜଗାର କରିବା ସହ ଗାଁର ଅର୍ଥନୀତିକୁ ମଧ୍ୟ ବଦଳାଇ ପାରିଛନ୍ତି । ୟୁଟ୍ୟୁବ୍ ସେମାନଙ୍କୁ ଏବଂ ସେମାନଙ୍କ ଗାଁକୁ ଗୋଚେ ସୁନ୍ଦର ପରିଚୟ ଦେଇପାରିଛି । ଏହା ଛତିଶଗଡ଼ର ରାୟପୁର ଅବସ୍ଥିତ ।

ତୁଳସୀ ଗ୍ରାମରେ ୧୦୦୦ ୟୁଟ୍ୟୁବର । ଏହି ଗାଁକୁ କୁହାଯାଏ ୟୁଟ୍ୟବ୍ ରାଜଧାନୀ। ବିବିସି ୱାର୍ଲ୍ଡ ଏହି ଗାଁ ଉପରେ ଏକ ଆକର୍ଷଣୀୟ ରିପୋର୍ଟ ପ୍ରକାଶ କରିଛି। ୟୁଟ୍ୟୁବ ଜରିଆରେ ଗାଁରେ ଅନେକ ପରିବର୍ତ୍ତନ ହୋଇପାରିଛି । କିଛି ଲୋକ ନିଜର ପ୍ରଡକ୍ସନ ସେଟ୍ ତିଆରି କରିଛନ୍ତି। କେତେକ ଲୋକ ସେମାନଙ୍କର ମୋବାଇଲ୍ ଏବଂ ଟ୍ରାଇପଡ୍ ବ୍ୟବହାର କରି ଭିଡିଓ କରିଥାନ୍ତି। ୟୁଟ୍ୟୁବ୍‌ରେ ବିଭିନ୍ନ କାର୍ଯ୍ୟକ୍ରମରେ ଗାଁର ଅନେକ ସ୍ଥାନ ବ୍ୟବହୃତ ହୁଏ। ଏହି ଗାଁକୁ ଭାରତର “YouTube ଗ୍ରାମ” ଭାବରେ ମାନ୍ୟତା ମିଳିବା ଆରମ୍ଭ ହୋଇଛି।

BBC ରିପୋର୍ଟରେ କୁହାଯାଇଛି ଯେ YouTube ରୁ ରୋଜଗାର ହୋଇଥିବା ଟଙ୍କା ସ୍ଥାନୀୟ ଅର୍ଥନୀତିକୁ ବଦଳାଇ ଦେଇଛି। ଆର୍ଥିକ ଲାଭ ବ୍ୟତୀତ, ସାମାଜିକ ପରିବର୍ତ୍ତନର ଏକ ଉଦାହରଣ ପାଲଟିଛି। ଗାଁର ଅନେକ ଲୋକଙ୍କର ସଫଳ YouTube ଚ୍ୟାନେଲ ଅଛି। ୟୁଟ୍ୟୁବ୍ ସେମାନଙ୍କୁ ଆୟର ଏକ ନୂତନ ଉତ୍ସ ଦେଇଛି। ଏନେଇ ରାଜ୍ୟ ସରକାର ଗାଁରେ ଅତ୍ୟାଧୁନିକ ଷ୍ଟୁଡିଓ ସ୍ଥାପନା କରିଛନ୍ତି ।