ବାରହା ଫାଶରେ ପଡ଼ି ଯୁବକ ମୃତ

ଢେଙ୍କାନାଳ: ବାରହା ଫାଶରେ ପଡ଼ି ଯୁବକ ମୃତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ ।

ସୂଚନା ଅନୁସାରେ, ସନ୍ତୋଷ ଶ୍ବଶୁର ଘର ଗୁଣ୍ଡିଚାନାଳି ଗାଁକୁ ଯାଇଥିଲେ । ଆଜି ସକାଳୁ ନିଜ ଘରକୁ ଫେରିବାବେଳେ ବାଉଁଶପାଳ ନିକଟରେ ବାରହା ଶିକାର ପାଇଁ ବିଲରେ ବିଛାଯାଇଥିବା ବିଦ୍ୟୁତ ତାର ଉପରେ ତାଙ୍କର ପାଦ ପଡ଼ିଯାଇଥିଲା। ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ତେବେ କିଏ ବିଦ୍ଯୁତ ତାର ବିଛାଇଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ପୋଲିସ ପଚରାଉଚରା କରୁଛି ।