କରୋନା ସଚେତନତା ନେଇ ଆସିଲା କ୍ଷୁଦ୍ର ଚଳଚ୍ଚିତ୍ର ‘୧୯-ଅଣସର’

1 min read

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଦେଶବାସୀ କରୋନା ସଂକ୍ରମଣକୁ ନେଇ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି । ଏହି ମହାମାରୀ ସମୟରେ ନିଜ ନିଜ ପରିଜନଙ୍କୁ ହରାଇ ଲୋକମାନେ ଭାଙ୍ଗି ପଡୁଥିବା ନଜର ଆସିଛି। ବେଳେ ବେଳେ ଏମିତି ଦେଖାଯାଉଛି ଯେ ଜଣେ କରୋନା ଆକ୍ରାନ୍ତକୁ ସାଙ୍ଗ, ସାଥୀ ବାହାର ଲୋକ ନ ହେଲା ନାହିଁ ଅନ୍ତତଃ ଘରଲୋକ ମଧ୍ୟ ଉଚିତ୍ ମାତ୍ରାରେ ମାନସିକ ସହଯୋଗ ଯୋଗାଇପାରୁନାହାଁନ୍ତି ।

ଏହି ମହାମାରୀ ସମୟରେ ନ ଭାଙ୍ଗି ପଡି ଜଣେ କରୋନା ଆକ୍ରାନ୍ତଙ୍କୁ ମାନସିିକ ସହଯୋଗ ପାଇଁ ସଚେତନତା ସୃଷ୍ଟି କରୁଛି ଯୁବପିଢୀଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘୧୯-ଅଣସର’। ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିରେ ବିଶ୍ୱରେଖା ଜଗଦେବ୍‌, ଦେବଦତ୍ତ ପତି, ପ୍ରିୟମ୍ବଦା ରାଉତ, ଅନ୍ତର୍ଯ୍ୟାମୀ ମିଶ୍ର, ଅଂଶୁମାନ ସେନାପତି ପ୍ରମୁଖ ଅଭିନୟ କରିଛନ୍ତି । ଏହାର ସଂଳାପ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାର ଭାର ଅନ୍ତର୍ଯ୍ୟାମୀ ମିଶ୍ର ସମ୍ଭାଳିଛନ୍ତି ।

କାହାଣୀ ପ୍ରିୟମ୍ବଦା ରାଉତ ଲେଖିଥିବା ବେଳେ ଚଳଚ୍ଚିତ୍ରଟିକୁ ସମ୍ପାଦନା କରିଛନ୍ତି ଅଂଶୁମାନ ସେନାପତି।

Leave a Reply