ବନ୍ଧୁକରେ ଗୁଳି ଫୁଟାଇ ପ୍ରାଣ ହାରିଲେ ଯୁବକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା କୁକୁଡ଼ାଖଣ୍ଡି ପେଟ୍ରୋଲ ପମ୍ପ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ରକରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବନ୍ଧୁକରେ ଗୁଳି ଫୁଟାଇ ପ୍ରାଣ ହାରିଲେ ଯୁବକ । ମୃତ ଯୁବକ ଜଣଙ୍କ ହେଲେ ଇ. ଜଗନ୍ନାଥ । ତାଙ୍କ ଘର ଗୋପୀନାଥପୁର ହୋଇଥିବା ବେଳେ ସେ କୁକୁଡ଼ାଖଣ୍ଡିରେ ଘର ଭଡ଼ା ନେଇ ରହୁଥିଲେ । ଘଟଣା ନିକଟରେ ଏକ ବନ୍ଧୁକ ପଡ଼ିରହିଥିବା ଦେଖିବାକୁ ମିଳିଛି ।