ଦୁଇ ଜଣଙ୍କ କଳି ଛଡ଼ାଇବାକୁ ଯାଇ ଛୁରାମାଡ଼ରେ ତୃତୀୟ ଜଣଙ୍କ ଜୀବନ ଗଲା

ନୂଆପଡ଼ା: ଦୁଇ ଯୁବକଙ୍କ ମଧ୍ୟରେ ଝଗଡ଼ା । କଳି ଛଡ଼ାଇବାକୁ ଯାଇ ଛୁରାମାଡ଼ରେ ଗଲା ଅନ୍ୟଜଣେ ଯୁବକଙ୍କ ଜୀବନ । ଛୁରା ମାଡରେ ଜଣେ ମୃତ, ୩ ଗୁରୁତର । ଖଡିଆଳ ବିଜ୍ଞାପିତ ପରିଷଦର ପୁଟୁପଡା ଠାରେ ଘଟିଛି ଏହି ଅଘଟଣ । ଛୁରାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ ରାୟପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କାରାଯାଇଛି ।

ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖଡ଼ିଆଳ ସାହୁପଡାର ସାଗର ସାହୁ ଓ ନିରାକାର ସହୁ ରାତିରେ ପୁଟୁପଡାକୁ ଯାଇଥିଲେ । ସେଠାରେ ସାଗର ସାହୁ ଓ ସୁରେନ୍ଦ୍ର ଶବରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ପ୍ରଭାକର ଶବର ଛଡ଼ାଇବାକୁ ଆସିଥିଲେ । ସାଗରର ଛୁରା ମାଡ଼ରେ ପ୍ରଭାକରଙ୍କ ମୃତ୍ୟୁ ହୋଇଚି ।