spot_img

Latest Posts

ବିବାହ ଶୋଭାଯାତ୍ରାରେ ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

ଗଜପତି: ବିବାହ ଶୋଭାଯାତ୍ରାରେ ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ମୋହନା ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନ। ଛୁରାମାଡ଼ କରିଥିବା ଅଭିଯୁକ୍ତ ଶ୍ରୀହରି ପ୍ରଧାନକୁ ଗିରଫ କରିଛି ପୋଲିସ। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଦୋକାନ ଓ ଘର ଜାଳି ଦେଇଛନ୍ତି। ଚନ୍ଦ୍ରଗିରିରେ ଉତ୍ତେଜନା ଲାଗି ରହିଥିବା ବେଳେ, ଗଜପତି ଏସପିଙ୍କ ସହ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମୋହନା ଥାନା ଚନ୍ଦ୍ରଗିରିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିଲା। ଏହି ସମୟରେ ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ଼ କରିଥିଲା ଅଭିଯୁକ୍ତ ଶ୍ରୀହରି। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ହେଲେ ଡାକ୍ତରଖାନାରେ ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଗିରିରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି।

Latest Posts

Don't Miss