ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯୁବକ, ଜାଣନ୍ତୁ ତା’ପରେ କ’ଣ ହେଲା

1 min read

ଟାଙ୍ଗୀ: ଯାହାକୁ ରଖିବେ ଅନନ୍ତ ତାହାର କି କରି ପାରିବ ବଳବନ୍ତ । ଟାଙ୍ଗୀ ଗଙ୍ଗାଧରପୁର ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏହାର ଜ୍ବଳନ୍ତ ଉଦାହରଣ । ଟ୍ରେନରୁ ଖସି ବି ଜୀବିତ ରହିଛନ୍ତି ଯୁବକ । ସୋଲୋରୀ-ଗଂଗାଧର ପୁର ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରୁ ଖସିପଡିଥିଲେ ଜଣେ ଯୁବକ । ଦୀର୍ଘ ସମୟ ପରେ ଯୁବକ ଜଣକ ଟ୍ରାକରେ ପଡିଥିବା ଜାଣିପାରି କାଳୁପଡା ଘାଟ ଷ୍ଟେସନରେ ଜଣାଇଥିଲେ ଚାଳକ ।

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଗଙ୍ଗାଧରପୁର ଅଗ୍ନିଶମ ବାହୀନି କର୍ମଚାରୀ । ସେଠାରେ ଯବୁକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରିଥିଲେ କର୍ମଚାରୀ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଯୁବକ ଜଣକ ବଞ୍ଚିଥିବା କହିଥିଲେ ଡାକ୍ତର । ଏନେଇ ଯବୁକଙ୍କ ଉନ୍ନତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନସ ଯୋଗେଁ ଭୁବନେଶ୍ୱର ଏମସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ଯୁବକଙ୍କୁ ଉଦ୍ଧାର ଠାରୁ ମେଡିକାଲରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକର ସାମ୍ବାଦିକ ମାନେ ସହଯୋଗ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବାରିପଦାର ସଫଳ ମହିଳା ଉଦ୍ୟୋଗୀ: ଆଚାର, ପାମ୍ପଡ଼ ବିକ୍ରି କରି ପାଲଟିଛନ୍ତି ରୋଜଗାରକ୍ଷମ