ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା କଲ୍ୟାଣସିଂହପୁର ନିୟମଗିରି ପାହାଡ଼ ବୁଡୁଣି ଗାଁରେ ଦନ୍ତା ଆକ୍ରମଣରେ ଜଣେ ଡଙ୍ଗରିଆ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ୫୦ ବର୍ଷିୟ ବାଲା ସିକକା । ହାତୀ କବଳରୁ ଗ୍ରାମବାସୀ ଉଦ୍ଧାର କରି ତାଙ୍କୁ ପ୍ରଥମେ କଲ୍ୟାଣସିଂହପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଭୋରୁ ଯାଉଥିବା ସମୟରେ ଆକ୍ରମଣ କରିଥିଲା ଦନ୍ତା। ତାଙ୍କ ଛାତିର ହାଡ ଓ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି । ଗତ ଦୁଇଦିନ ହେଲା ନିୟମଗିରି ରେ ପ୍ରାୟ ୩୦ ଟିକିଆ ହାତୀ ବୁଲୁଥିବା ଖବର ପ୍ରକାଶ ପାଇଥିଲା। ପୁର୍ବରୁ କଳାହାଣ୍ଡି ଲାଞ୍ଜିଗଡ଼ କନାକାଡୁ ଗାଁରେ ଜଣେ ବାଳକକୁ ହାତୀ ପାଦରେ ଦଳି ଦେଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗର ଖାମଖିଆଲୀ ଯୋଗୁଁ ହାତୀର ଆକ୍ରମଣର ଶିକାର ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

