spot_img

Latest Posts

ବିଜୁ ସ୍ମାର୍ଟ ହେଲଥ କାର୍ଡ ବଞ୍ଚାଇଲା ଦୁଇ ଯୁବକଙ୍କ ଜୀବନ

ଭୁବନେଶ୍ୱର: ସମ୍ ହସ୍ପିଟାଲ ସୃଷ୍ଟି କଲା ବିରଳ ରେକର୍ଡ । ବିଜୁ ସ୍ମାର୍ଟ ହେଲଥ କାର୍ଡ ବଞ୍ଚାଇ ଦେଲା ଦୁଇ ଯୁବକଙ୍କ ଜୀବନ । ବିରଳ ଆଉଟିକ ଡିସେକ୍ସନ୍ ରୋଗୀଙ୍କର ହେଲା ସଫଳ ସର୍ଜରୀ । ଅଲଗା ଅଲଗା ଦୁଇ ଜଣ ରୋଗୀଙ୍କ ଆଉଟିକ୍ ରୁଟ ଆଣ୍ଡ ଟୋଟାଲ ଆର୍ଚ୍ଚ ରିପଲସ୍ମେଣ୍ଟ ସର୍ଜରୀ କରାଯାଇଛି । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ କାଡିଆକ୍ ସର୍ଜରୀ ବିଭାଗ ଏହି ସଫଳ ସର୍ଜରୀ କରିଛି ।

ଏହି ସର୍ଜରୀ ଓଡ଼ିଶାରେ ପ୍ରଥମ। ଆଗରୁ କେବେ ଏହି ସର୍ଜରୀ ଓଡ଼ିଶାରେ ହୋଇ ନଥିଲା। ଆବଶ୍ୟକ ସ୍ଥଳେ ରୋଗୀ ଓଡ଼ିଶା ବାହାରକୁ ଯାଇ ଚିକିତ୍ସିତ ହେଉଥିଲେ। ଆଉଟିକ ରୋଗ ହେଲେ ହାର୍ଟରୁ ଯେଉଁ ଶିର ବାହାରି ଥାଏ ତାହା କିଛି ସ୍ଥାନରେ ଫାଟି ଯାଇଥାଏ। ତେଣୁ ସବୁ ଅଙ୍ଗକୁ ସେହି ଶୀର ଜରିଆରେ ଠିକରେ ରକ୍ତ ପହଞ୍ଚି ପାରେ ନାହିଁ । ରକ୍ତ ନ ପହଞ୍ଚିବାରୁ କିଡନୀ, ହାର୍ଟ, ଫୁସଫୁସ୍ କାମ କରେ ନାହିଁ । ଯେଉଁଠି ଫାଟି ଥାଏ ସେଠୀ କ୍ଲଟିଂ ହୁଏ । ଠିକ୍ ସମୟରେ ଚିକିତ୍ସା ନହେଲେ ରୋଗୀଙ୍କର ହଠାତ୍ ମୃତ୍ୟୁ ହୁଏ ।

ଯଦି ୧୦୦ ଜଣ ଆଉଟିକ ରୋଗୀ ଥାନ୍ତି, ତାଙ୍କୁ ସପ୍ତାହେ ଭିତରେ ଚିକିତ୍ସା କରା ନଯାଏ, ତେବେ ସେମାନଙ୍କ ଭିତରେ ୬୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥାଏ। ଦୁଇ ସପ୍ତାହେ ଭିତରେ ୭୪ଜଣ ରୋଗୀଙ୍କ ମୃତ୍ୟୁ ହୁଏ । ଏହା ବହୁ କଠିନ ସର୍ଜରୀ ଥିଲା ବୋଲି ଡାକ୍ତର କହିଛନ୍ତି । ଦେବଗଡ଼ ଜିଲ୍ଲାର ଅନାଦି ଚରଣ ସାହୁ ଓ ତାଳଚେରର ବିଶ୍ୱଜିତ୍ ବେହେରା। ଏହି ଦୁଇ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇଛି । ସେମାନେ ଏବେ ସୁସ୍ଥ ଅଛନ୍ତି । ଉଭୟ ଅନ୍ୟ ହସ୍ପିଟାଲରୁ ନିରାଶ ହୋଇ ସମକୁ ଆସିଥିଲେ । ରାଜ୍ୟ ସରକାରଙ୍କ ବିଜୁ ସ୍ମାର୍ଟ ହେଲଥ କାର୍ଡ ଜରିଆରେ ଉଭୟଙ୍କ ସର୍ଜରୀ ମାଗଣା ହୋଇଛି । ଉଭୟ ଜୀବନ ପାଇ ଥିବାରୁ ସମ୍ ଡାକ୍ତରୀ ଟିମ୍ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

Latest Posts

Don't Miss