spot_img

Latest Posts

ମହାନଦୀ ବ୍ରିଜ ଉପରେ ପଲସର : ଯୁବକଙ୍କ ମିଳୁନି ପତ୍ତା !

ବାଙ୍କୀ : ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ପଲସର ରଖି ଯୁବକ ନିଖୋଜ ଘଟଣା। ବର୍ତ୍ତମାନ ସୁଦ୍ଧା ମିଳୁନି ପତ୍ତା। ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ନିଖୋଜ ଯୁବକ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାବେରା ଗାଁର ତାରିଣୀ ପ୍ରସାଦ ରାଉତ। ଅନୁଗୁଳୁର ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବେଳେ  ଗତକାଲି ଦିନ୧୨ ଟାରେ ବ୍ୟାଙ୍କରୁ ଚାଲିଆସିଥିଲେ। ଏହାପରେ ତାଙ୍କ ସ୍ତ୍ରୀଙ୍କ ସହ କଥା ହେବା ପରେ ଫୋନ ସୁଇଜ ଅଫ କରିଦେଇଥିଲେ। ଦୀର୍ଘ ସମୟ ଧରି ମୁଣ୍ଡଳୀ ବ୍ୟାରେଜ ଉପରେ ଗାଡି ରହିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ  ଘଟଣାସ୍ଥଳରେ  ପୋଲିସ ପହଁଚି ଗାଡ଼ି ଜବତ କରିଥିବା ବେଳେ ଯୁବକଙ୍କ ପତ୍ତା ମିଳିପାରିନାହିଁ ।  ମହାନଦୀକୁ ଡେଇଁ ଥିବା ସନ୍ଦେହରେ ମହାନଦୀ ଅଗ୍ନିଶମ କର୍ମଚାରୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଥିବା ବେଳେ ଅନଲାଇନ ଟ୍ରେଡିଂ କରି ମାନସିକ ଚାପ ଥିଲେ ବୋଲି ପରିବାର ଲୋକେ କହିଛନ୍ତି ।

Latest Posts

Don't Miss