ସମ୍ପର୍କୀୟଙ୍କ ଝଗଡ଼ା ମେଣ୍ଟାଇବାକୁ ଯିବା ହେଲା କାଳ, ଛୁରାମାଡ଼ରେ ଯୁବକ ମୃତ

1 min read

ଆସିକା: ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ପଢାଳ ହରିଜନ ସାହିରେ  ଅଭାବନୀୟ ଘଟଣା l ଦୁଇ ପରିବାରର ଝଗଡ଼ା ମେଣ୍ଟାଇବାକୁ ଯାଇ ଜୀବନ ହାରିଲେ ଯୁବକ । ସମ୍ପର୍କୀୟଙ୍କ ଝଗଡ଼ାର ସମାଧାନ କରିବା ବେଳେ ଛୁରା ମାଡରେ ଋଷି ନାୟକ ନାମକ ଯୁବକଙ୍କ ମୃତ୍ୟୁ । ମୃତ ଋଷି ହେଲେ ଧରାକୋଟ ତାଳପାଟଣା ଅଞ୍ଚଳର ।

ମହାବାରୁଣୀ ବୁଡ଼ ପକାଇବା ନେଇ ତାଳପାଟଣା ଗାଁର ଋଷି ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ଦୁଇ ସମ୍ପର୍କୀୟଙ୍କ ମଧ୍ୟରେ ଝଗଡା ଲାଗିଥିଲା l ଝଗଡା ଛଡାଇବାକୁ ଯାଇଥିବା ଋଷିଙ୍କୁ ଛୁରୀ ଭୁସିଲେ ସମ୍ପର୍କୀୟ l ଗୁରୁତର ଅବସ୍ଥାରେ ଋଷିକୁ ସ୍ଥାନୀୟ ଲୋକେ ଆସିକା ମେଡିକାଲ ରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ କୋଟିନଟା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।