ଗାଡ଼ି ଇଣ୍ଡିକେଟର ନ ଦେବାରୁ ଶ୍ୱଶୁର ଘର ସାମ୍ନାରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା

ଉଦଳା: କପ୍ତିପଦା ଥାନା ନୂଆସାହି ଗ୍ରାମରେ ଅଭାବନୀୟ ଘଟଣା । ଶ୍ବଶୁର ଘର ସାମ୍ନାରେ ଜ୍ବାଇକୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବାଲେଶ୍ବର ଅଞ୍ଚଳର ରଣଜିତ ପ୍ରଧାନ । ସୂଚନା ଅନୁସାରେ, ଗତକାଲି ରାତିରେ ରଣଜିତ ଗାଡି ବୁଲାଉଥିଲେ । କିନ୍ତୁ ଏହି ସମୟରେ ପଛରୁ ଆସୁଥିବା ୩ ଜଣ ଯୁବକ ଗାଡି ସାଇଡ କରି ରଣଜିତଙ୍କ ସହିତ ଝଗଡା କରିଥିଲେ । ଗାଡି ଇଣ୍ଡିକେଟର କାହିଁକି ଦେଇନଥିଲ କହି ଝଗଡା କରିବା ନିସ୍ତୁକ ମାଡ ମାରିଥିଲେ । ପାଟି ଶୁଣି ଶ୍ବଶୁର ଘର ଲୋକେ ଲୋକଙ୍କୁ ଡାକିଥିଲେ । ପରେ ଗୁରୁତର ଅବସ୍ଥାରେ ରଣଜିତଙ୍କୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣଶ କରିଥିଲେ । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ୩ ଜଣଙ୍କୁ ଅଟକ ରଖିଛି ।