ଭିଣୋଇ ଓ ସମ୍ପର୍କୀୟ ମାମୁଁଙ୍କ ଆକ୍ରମଣରେ ଯୁବକ ମୃତ 

ଭୁବନେଶ୍ୱର: ଭିଣୋଇ ଓ ସମ୍ପର୍କୀୟ ମାମୁଁଙ୍କ ଆକ୍ରମଣରେ ଯୁବକ ମୃତ  । ଦେବଗଡ଼ ଉଟୁଣୀଆମୁଣ୍ଡାରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଯୁବକ ମୃତ୍ୟୁ । ଘଟଣାସ୍ଥଳରେ ଦେବଗଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଇଟାକୁ ଜବତ କରିଛି । ଦୁଇ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଇରା ଲୁହୁରା ଓ ଭିଣୋଇ ସିଂରାଇକୁ ଗିରଫ କରିଛି  । ଘଟଣାସ୍ଥଳରେ ଅଭିଯୁକ୍ତ କାଇରାକୁ ଧରି ଘଟଣାର ସିନ ରିକ୍ରିଏସନ କରିଛି ପୋଲିସ ।

ସୂଚନା ଅନୁସାରେ ଗାଁର ରମେଶ ମୁଣ୍ଡାଙ୍କ ଭଉଣୀ ଜେମା ମୁଣ୍ଡାକୁ ସିଙ୍ଗରାଇ ମୁଣ୍ଡା ତିନି ବର୍ଷ ପୂର୍ବେ ବିବାହ କରିଥିଲେ, ତାଙ୍କର ଏକ ଶିଶୁପୁତ୍ର ବି ରହିଛି । ହେଲେ ଜେମା ଅନ୍ୟ ଜଣେ ଯୁବକ ସହ ପଳାଇବାରୁ ଶିଶୁ ପୁତ୍ର ରମେଶ ଘରେ ଥିଲା  । ତେବେ ରମେଶ ସିଂରାଇକୁ ଶିଶୁ ପୁତ୍ରକୁ ନିଜ ପାଖକୁ ନେଇଯିବାକୁ କହିବାରୁ ଏ ନେଇ ଗତ ୪ ତାରିଖ ଦିନ ଉଭୟଙ୍କ ମଧ୍ୟରେ କଥା ଝଗଡା ହୋଇଥିଲା  । ଏଥିରେ ଉତକ୍ଷିପ୍ତ ହୋଇ ସିଙ୍ଗରାଇ ଜଣେ ସମ୍ପର୍କୀୟଙ୍କ ସହ ମିଶି ରମେଶଙ୍କୁ ଆକ୍ରମଣ କରିବା ସହ ଏକ ଇଟା ସାହାଯ୍ୟରେ ରମେଶଙ୍କ ମୁଣ୍ଡକୁ ଛେଚିଥିଲେ । ମୃତ ଶରୀରକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଚାଲି ଯାଇଥିଲେ  । ରମେଶ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଦେବଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ  । ପୋଲିସ ଏକ ନିଖୋଜ ମାମଲାରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ଗତକାଲି ଉତଟୁଣିଆମୁଣ୍ଡା ଜଙ୍ଗଲରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇ ରମେଶର ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ଦେବଗଡ଼ ଥାନାକୁ ସୂଚନା ଦେଇଥିଲେ ।