କିଶୋର, କିଶୋରୀ ଉପବାସ କଲେ ହୋଇପାରନ୍ତି ମେଧୁମେୟ ରୋଗରେ ପୀଡ଼ିତ

ଭୁବନେଶ୍ବର: ଜର୍ମାନ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନୂଆ ଆବିଷ୍କାର । କିଶୋର କିଶୋରୀ ଉପବାସ ରହିବା ବିପଦ । ଯଦି ଜଣେ ତରୁଣ ବୟସରେ ବେଶିଦିନ ବିରତି ନେଇ ପୁଣି ଉପବାସର କରୁଛନ୍ତି ତା’ହେଲେ ତାଙ୍କର ସେଲ୍ ବିକାଶ ବାଧାପ୍ରାପ୍ତ ହେବା ସହ ସେ ମଧୁମେହ ରୋଗରେ ପୀଡ଼ିତ ହେଉଛନ୍ତି । ତେବେ ଡାଏଟିଆସିଆନଙ୍କ ମତରେ ଓଜନ ହ୍ରାସ କରି ନିଜକୁ ସ୍ଲିମ୍ଫିଟ୍ ରଖିବା ପାଇଁ ଆଜି କାଲି ଏପରି ଉପବାସ ରହିବାକୁ ବେଶୀ ପସନ୍ଦ କରୁଛନ୍ତି ଯୁବବର୍ଗ । କିନ୍ତୁ ରାତି ଅନିଦ୍ରା, କିମ୍ବା ଲମ୍ବା ସମୟ ପାଇଁ ମୋବାଇଲ ଓ ମାନସିକ ଚାପଗ୍ରସ୍ତ ରହୁଥିବା ଯୁବବର୍ଗଙ୍କ ପାଇଁ ଏହା ଲାଭ ପରିବର୍ତ୍ତେ କ୍ଷତି ପହଞ୍ଚାଉଛି ।

ଓଜନ କମାଇ ଓ ନିଜକୁ କିପରି ସ୍ଲିମ୍ ଟ୍ରିମ୍ ରଖିବେ । ଯୁବବର୍ଗଙ୍କ ଭିତରେ ଏବେ ପପୁଲାର ହୋଇଛି ଇଣ୍ଟରମିଟେଣ୍ଟ ଫାଷ୍ଟିଂ ବା ବିରତି ନେଇ ପୁଣି ଉପବାସ । କିନ୍ତୁ ଏହି ଉପବାସ ତରୁଣଙ୍କ ସ୍ବାସ୍ଥ୍ୟ ପ୍ରତି ଖରାପ । ୭ରୁ ୮ ଘଣ୍ଟା ଉପବାସ ରହୁଥିବା ତରୁଣଙ୍କ ସେଲ ବିକାଶ ହେଉନି । ଏହାସହ ଉପବାସ ସମୟରେ ପାକସ୍ଥଳୀରେ ରାସାୟନିକ ପ୍ରତିକ୍ରିୟା ଜୋର ହେଉଥିବାରୁ ଯୁବ ବୟସରୁ ସେମାନେ ମଧୁମେହ ରୋଗରେ ପୀଡ଼ିତ ହେଉଛନ୍ତି ।

ଜର୍ମାନୀର ମ୍ୟୁନିକ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଏଲ୍ଏମ୍ୟୁ ହସ୍ପିଟାଲର ବୈଜ୍ଞାନିକ ଗବେଷଣା କରି ଏପରି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ଦୀର୍ଘ ୭ରୁ ୮ ଘଣ୍ଟା ଧରି ଉପବାସ ରହୁଥିବା ବୟସ୍କଙ୍କ ପାଇଁ ଫାଷ୍ଟିଂ ଭଲ କାମ କରୁଥିବାବେଳେ ତରୁଣମାନେ ୧୦ ସପ୍ତାହ ପରେ ସ୍ବାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି । ସେମାନଙ୍କ କିଡନୀ ଉପରେ ଥିବା ପାକସ୍ଥଳୀରେ ଅସ୍ବାଭାବିକ ପ୍ରତିକ୍ରିୟା ସୃଷ୍ଟି ହେବା ସହ କିଶୋର କିଶୋରୀ ଅଳ୍ପ ବୟସରୁ ମଧୁମେହ ରୋଗରେ ପୀଡ଼ିତ ହେଉଥିବା ଜଣାପଡ଼ିଛି ।

ଉପବାସ ଦେହ ପାଇଁ ଭଲ କାମ କରେ । ଉପବାସ ରହିଲେ ଶରୀର ସୁସ୍ଥ ରହିବା ସହିତ ଅନେକ ରୋଗ ଦାଉରୁ ମୁକ୍ତି ମିଳିଥାଏ । ଏ ନେଇ ଭାରତୀୟ ସଂସ୍କୃତିରେ ଉପବାସକୁ ଅନେକ ମହତ୍ତ୍ବ ଦିଆଯାଇଛି । ତରୁଣମାନଙ୍କ କ୍ଷେତ୍ରରେ ଏହା ଓଲଟା କାମ କରୁଛି । ଏହାର ଅର୍ଥ ସେମାନଙ୍କ ଜୀବନଶୈଳୀ । ଆଜିକାଲି କିଶୋର ବୟସରୁ ତରୁଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲରେ କଥା ହେବା, ରାତି ଅନିଦ୍ରା ହେବା ସହିତ ଫାଷ୍ଟ୍ ଫୁଡ୍, ଜଙ୍କ୍ ଫୁଡ୍, ଚକଲେଟ୍ ଅତିମାତ୍ରାରେ ସେବନ କରୁଛନ୍ତି । ଯେଉଁଥିପାଇଁ ସେମାନଙ୍କ ଶରୀରରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହେଉଛି । ରାତି ଅନିଦ୍ରା ରହୁଥିବାରୁ ସେମାନଙ୍କ ମେଟାବଲିଜିମ୍ ବିଗିଡ଼ି ଯାଇ ଶରୀର ବୃଦ୍ଧି ପାଇଁ ଆବଶ୍ୟକ ଭିଟାମିନ୍ ଅଭାବ ପଡ଼ୁଛି । ଯେଉଁଥି ପାଇଁ ଉପବାସ ସମୟରେ ସେମାନଙ୍କ ଶରୀରରେ ଭଲ ପ୍ରଭାବ ପଡ଼ିବା ପରିବର୍ତ୍ତେ ଖରାପ ପ୍ରଭାବ ପଡ଼ୁଛି ।

ଭାରତରେ ଏବେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି । ଯୁବ ବୟସରୁ ମଧ୍ୟ ମଧୁମେହର ଶିକାର ହେଉଛନ୍ତି ଲୋକେ । ଖାଦ୍ୟ ସହିତ ଯଦି ତରୁଣ ବୟସରୁ ଶାରୀରିକ ବ୍ୟାୟାମ ନ କରାଯାଏ ତା’ହେଲେ ଏହି ସମସ୍ୟା ଆହୁରି ବଢିବା ଆଶଙ୍କା ରହିଛି । ତେବେ ନୂଆ ଗବେଷଣା ତରୁଣଙ୍କ ଏକ ପାଇଁ ସଚେତନତା ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।

ନଜର ପକାନ୍ତୁ