spot_img

Latest Posts

ଭାଇରାଲ ହେଉଛି ହୀରାକୁଦ ନିଷିଦ୍ଧାଞ୍ଚଳରେ ମାଛମରା ଭିଡିଓ

ସମ୍ବଲପୁର: ଯୁବପିଢ଼ିଙ୍କୁ ଘାରିଛି ଭାଇରାଲ ହେବା ନିଶା। ଭାଇରାଲ ହେବା ପାଇଁ ଜୀବନକୁ ବାଜି ଲଗାଇ କରୁଛନ୍ତି ଭିଡିଓ। ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ମାଛ ମରା ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଯୁବକ ବିପଦ ଜନକ ସ୍ଥାନରେ ମାଛ ଧରି ନିଜ ଇନଷ୍ଟାଗ୍ରାମ୍ ପେଜରେ ଅପଲୋଡ଼ କରୁଛନ୍ତି।

ବାରମ୍ବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଓ ଜଳସମ୍ପଦ ବିଭାଗ ବାରଣ କରିବା ସତ୍ତ୍ୱେ ଏଭଳି ଦୃଶ୍ୟ ସାମ୍ନାକୁ ଆସୁଛି। ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁଶିଲ କୁମାର ବେହେରା l ଏହି ଭାଇରାଲ ଭିଡିଓଟି ବର୍ତ୍ତମାନର ନୁହେଁ କାରଣ ବର୍ତ୍ତମାନ କେବଳ ଦୁଇଟି ଗେଟ୍ ଖୋଲାଅଛି । ତେଣୁ ଯେହେତୁ ଆମେ ଖବର ପାଇଛୁ ତେଣୁ ଏହି ସ୍ଥାନ ମାନଙ୍କରେ କିଭଳି ମାଛ ନ ଧରିବେ ସେନେଇ ଆଗକୁ ସଜାଗ ରହିବୁ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ।

Latest Posts

Don't Miss