spot_img

Latest Posts

ଝରଣା ପାଣି ପିଇବାକୁ ଯାଇ ଜୋକ ଖାଇଦେଲେ ଡଙ୍ଗରିଆ ଯୁବକ

ରାୟଗଡ଼ା : ଝରଣା ପାଣି ପିଇବା ବେଳେ ଅସାବଧାନବଶତଃ ଜୋକ ଖାଇଦେଲେ ଯୁବକ । ପେଟ ଭିତରକୁ ଚାଲିଗଲା ପାଣି ଭିତରେ ଥିବା ଯୋକ । ଫଳରେ ଯୁବକ ଜଣକ ଗୁରୁତର ହୋଇଥିଲେ l ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଗାଁରେ ଘଟିଛି ଏଭଳି ଘଟଣା। ଗୁରୁତର ଅବସ୍ଥାରେ ଶ୍ୟାମ ହୁଈକାଙ୍କୁ କେସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସାଙ୍ଗ ମାନଙ୍କ ସହ ଜଙ୍ଗଲକୁ ଜାଳେଣୀ କାଠ ପାଇଁ ଯାଇଥିଲେ । ଜଙ୍ଗଲରେ ଶୋଷ ଲାଗିବାରୁ ଝରଣା ପାଣି ପିଇବା ବେଳେ ଜୋକ ଢୋକି ଦେଇଥିଲେ। ପରେ କିଛି ଘଣ୍ଟା ପରେ ସେ ଗୁରୁତର ହୋଇପଡିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି।

Latest Posts

Don't Miss