ପାଇଖାନା ଘରୁ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର

1 min read
Youth Engineer's Body Recovered From Toilet

ବାଲିଗୁଡ଼ା: ପାଇଖାନା ଘରୁ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଲୁହୁର ସାହିରେ । ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତକ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ରବୀନ୍ଦ୍ରନାଥ ବେହେରାଙ୍କ ପୁଅ ରାକେଶ କୁମାର ବେହେରା । ସେ କିଛିଦିନ ହେଲା RKD ଠିକାସଂସ୍ଥାରେ କାମ କରୁଥିଲେ । ଦାରିଙ୍ଗବାଡ଼ି ଲୁହୁର ସାହିରେ ଘର ଭଡ଼ା ନେଇ ରହିଆସୁଥିଲେ ।

Youth Engineer's Body Recovered From Toilet

ଗତକାଲି କାମସାରି ସନ୍ଧ୍ୟା ସମୟରେ ଆସିବା ପରେ ଘରୁ ବାହାରକୁ ବାହାରି ନଥିଲେ । କୌଣସି କାରଣରୁ ଘର ମାଲିକ କଥା ହେବା ପାଇଁ ଯାଇଥିଲେ । ହେଲେ କବାଟ ଖୋଲି ନଥିଲେ କି କୌଣସି ଉତ୍ତର ଦେଇ ନଥିବାରୁ ଥାନାକୁ ଜଣାଇଥିଲେ ଘର ମାଲିକ । ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିବା ପରେ ଉଲଗ୍ନ ଅବସ୍ଥାରେ ପାଇଖାନାରୁ ରାକେଶଙ୍କ ମୃତଦେହ ଉଦ୍ଧାର କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି ପୋଲିସ ।

Leave a Reply