ରାଜଧାନୀରେ ଚାଞ୍ଚଲ୍ୟ, ମୃତଦେହ କାରରେ ଆଣି ଆଖି ସାମନାରେ ଫିଙ୍ଗି ଚାଲିଗଲେ

ଭୁବନେଶ୍ବର: କ୍ୟାପିଟାଲ ଥାନା ଅନ୍ତର୍ଗତ କଂଗ୍ରେସ ଭବନ ନିକଟରୁ ମିଳିଥିବା ମୃତ ଯୁବକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ । ମୃତକଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ । ମୃତଦେହ ଜବତ କରି ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ । ସିସିଟିଭି ଯାଞ୍ଚ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ଜଣା ପଡ଼ିବ ।

ଯୁବକଙ୍କୁ କାରରେ ଆଣି ଫୋପାଡିବା ନେଇ ଅଭିଯୋଗ ହେବା ପରେ ଏହାକୁ ନେଇ ତଦନ୍ତ କରାଯାଉଛି । ମୃତଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ । ହେଲେ ପାଟିରୁ ରକ୍ତ ବାହାରୁଥିଲା । କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।