ପ୍ରଦୂଷଣ ଉପରେ ରାଜ୍ୟ ସରକାରଙ୍କ ଫାଇନ ଆଦାୟ ବ୍ୟବସ୍ଥାକୁ ନେଇ ଅସନ୍ତୋଷ । ସାଇକେଲରେ ଯାଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଯୁବ କଂଗ୍ରେସ । ସରକାରଙ୍କ ଏଭଳି ଏକପାଖିଆ ବ୍ୟବସ୍ଥାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ତୀବ୍ର ସମାଲୋଚନା କରିଥିଲେ । ଇଂରେଜମାନଙ୍କ କର ଅସୁଲି ବ୍ୟବସ୍ଥାକୁ ବଳିଗଲା ପଲ୍ୟୁସନ ଫାଇନ ଆଦାୟ ବୋଲି କହିଛନ୍ତି ପିସିସି ସଭାପତି। ଫାଇନ ଆଦାୟ ନାଁରେ ଲୋକଙ୍କଠାରୁ ଜିଜିୟା କର ଅସୁଲି କରାଯାଉଛି। ଲୋକଙ୍କ ପଇସା ଲୁଟ କରିବାକୁ ଯୋଜନା ଚାଲିଛି।

