କଂଗ୍ରେସ ଭବନରେ ହାଇଡ୍ରାମା; ଭିତରେ ବୈଠକ, ବାହାରେ ହୋ ହଲ୍ଲା

Youth Congress Protest During PCC Meeting

ଭୁବନେଶ୍ୱର: କଂଗ୍ରେସ ଭବନରେ ହାଇଡ୍ରାମା । ଭିତରେ ସର୍ବଦଳୀୟ ବୈଠକ ଚାଲିଥିବା ବେଳେ ବାହାରେ ହୋ ହଲ୍ଲା ଦେଖିବାକୁ ମିଳିଛି । ବାଇକ ରାଲି କରି କଂଗ୍ରେସ ଭବନ ଭିତରେ ପଶିଛନ୍ତି ଯୁବ କଂଗ୍ରେସ ସଭାପତିଙ୍କ ବିରୋଧୀ ଗୋଷ୍ଠୀ । କେହି କିଛି ବୁଝିବା ପୂର୍ବରୁ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ବିରୋଧରେ ଆରମ୍ଭ ହୋଇଯାଇଥିଲା ନାରାବାଜି । ସଭାପତି ପଦ ପାଇବା ପରେ ସ୍ମୃତି କଂଗ୍ରେସ ସଂଗଠନକୁ ବନ୍ଧାପକାଇଥିବା ଅଭିଯୋଗ ଆଣି ନାରାବାଜି କରିବା ସହ ତୁରନ୍ତ ଇସ୍ତଫା ଦେବାକୁ ବିରୋଧୀ ମାନେ ଦାବି କରିଛନ୍ତି ।

Youth Congress Protest During PCC Meeting

କରୋନା ସମୟରେ ସାରା ଭାତରରେ ଯୁବ କଂଗ୍ରେସ ନେତୃତ୍ୱ ଲୋକମାନଙ୍କୁ ସାହାଯ୍ୟ କରୁଥିବା ବେଳେ ଓଡ଼ିଶା ଯୁବ କଂଗ୍ରେସ ସଭାପତିଙ୍କର ଦେଖା ନଥିଲା । ସଭାପତି ସଂଗଠନ କି କର୍ମୀଙ୍କ ସହ ରହି ନାହାଁନ୍ତି । ଦିଲ୍ଲୀରେ ଚଞ୍ଚକତା କରି ପଦବୀ ହାତେଇଛନ୍ତି । ତାଙ୍କର ଜଣେ ବି ସମର୍ଥକ ନାହାନ୍ତି । ଇସ୍ତଫା ନ ଦେଲେ ଆଗାମୀ ଦିନରେ ଜୋରଦାର ବିରୋଧ ହେବ ବୋଲି ଚେତାବନୀ ବିରୋଧୀ ଗୋଷ୍ଠୀ ଦେଇଛି ।

Leave a Reply