spot_img

Latest Posts

ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ଆଡମିସନ୍ ଅନିୟମିତତା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ବର: ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ୍ ଅନିୟମିତତା ପ୍ରସଙ୍ଗ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ। ଶତାଧିକ ଛାତ୍ର କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତମାସରେ ବାଲେଶ୍ବର ର ଛାତ୍ର ବିଜୟ କୁମାର ସାହୁ ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ୍ ପାଇଁ ସାମସ୍ ଓ୍ବେବସାଇଟରେ ଆବେଦନ କରିଥିଲେ। ତାଙ୍କର ଓ୍ବେଟିଂ ଲିଷ୍ଟରେ ନାଁ ରହିଥିଲା।

ଆଡମିସନ୍ ପାଇଁ ପିଜି କାଉନସିଲରୁ ତାଙ୍କୁ କଲ ଯାଇଥିଲା। ସେ ସମସ୍ତ ଡକୁମେଣ୍ଟ ଦାଖଲ କରିଥିଲେ। କିନ୍ତୁ ପରେ ତାଙ୍କ ଡକ୍ୟୁମେଣ୍ଟ ଫେରେଇ ଦିଆଯାଇଥିଲା। ବିଜୟଙ୍କ ପରେ ଥିବା ପିଲାକୁ ଆଡମିସନ୍ ମିଳିଥିଲା ବୋଲି ଅଭିଯୋଗ ହୋଇଥିଲା।

ଏନେଇ ବିଜୟ ଅନ୍ୟ ଛାତ୍ରଙ୍କ ସହ ଗତ ମାସ ୫ ତାରିଖରେ ପିଜି କାଉନସିଲ୍ ଆଗରେ ଧାରଣା ଦେଇଥିଲେ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଚାପରେ ତାଙ୍କ ତଳେ ଥିବା ପିଲାକୁ ଆଡମିସନ୍ ଦେଇଥିଲେ କର୍ତ୍ତୃପକ୍ଷ। ପ୍ରତିବାଦ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ କର୍ତ୍ତୃପକ୍ଷ। ତେଣୁ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ।

Latest Posts

Don't Miss