spot_img

Latest Posts

କୁକୁର ପାଇଁ ଜୀବନ ହାରିଲେ ୩୮ ବର୍ଷୀୟ ବ୍ୟକ୍ତି

ଛତରପୁର: ମଧ୍ୟପ୍ରଦେଶର ଛତରପୁରରେ ଘଟିଛି ଅଭାବନୀୟ ଘଟଣା । କୁକୁରକୁ ଘରୁ ବାହାର କରିବା ପାଇଁ କହିବାରୁ ଜୀବନ ହାରିଦେଲେ ଜଣେ ଯୁବକ ।

ସୂଚନା ଅନୁଯାୟୀ, ସ୍ଥାନୀୟ ବିଶ୍ୱନାଥ କଲୋନୀର ବାସିନ୍ଦା କମଲେଶ ମସିହି ନିଜ ପୋଷା କୁକୁରକୁ ଖୁବ୍ ଭଲ ପାଉଥିଲା । ଏକଦା କମଲେଶଙ୍କ ମାଆଙ୍କୁ କୁକୁରଟି କାମୁଡି ଦେଇଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ କୁକୁରକୁ ଘରୁ ବାହାର କରିଦେବାକୁ କହିଥିଲେ ମାଆ । ଏହି ଘଟଣାରେ ମ୍ରିୟମାଣ ହୋଇ ଘର ଅଗଣାରେ ଥିବା ଏକ ଗଛରେ ଫାଶୀ ଲଗାଇଥିଲା କମଲେଶ। ଏହି ସମୟରେ କମଲେଶ କୁକୁରକୁ କୋଳେଇ ଧରିଥିବା ନେଇ ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା ।

ଭାଇ ସୁନୀଲଙ୍କ ଅନୁଯାୟୀ, କମଲେଶ କୗେଣସି ପରିସ୍ଥିତିରେ କୁକୁରକୁ ଘରୁ ବାହାର କରିବାକୁ ପ୍ରସ୍ତୁତ ନଥିଲେ। ହେଲେ ପରିବାର ଲୋକେ ତାଙ୍କ କଥାକୁ ଅଣଦେଖା କରିଥିଲେ। ଫଳରେ ସେ କୁକୁରର ଚେନରେ ନିଜକୁ ଫାଶୀ ଲଗାଇଦେଇଛି ।

୩୮ ବର୍ଷୀୟ ମୃତ କମଲେଶ ପ୍ରାୟ ୧୯ ବର୍ଷ ପୂର୍ବେ ବାରସିଭାନୀରେ ବିବାହ କରିଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ରହିଥିଲା। ନଅ ବର୍ଷ ପୂର୍ବେ ପତ୍ନୀ ଓ ପୁଅ ତାଙ୍କୁ ଛାଡି ଚାଲିଯାଇଥିଲେ। ଯାହା ପରଠାରୁ ଏକ ଖାଲି ପ୍ଲଟରେ କୁଡିଆ ନିର୍ମାଣ କରି କମଲେଶ ନିଜ ୬୫ ବର୍ଷ ବୟସ୍କା ମା’ ଶାନ୍ତିଙ୍କ ସହ ରହୁଥିଲେ। ମେକାନିକ୍ ଭାବରେ କାମ କରୁଥିବା କମଲେଶ କୁକୁରକୁ ବହୁତ ଭଲ ପାଉଥିଲେ। ଏମିତି କୁକୁରକୁ ସବୁବେଳେ ନିଜ ପାଖେପାଖେ ରଖୁଥିଲେ ।

Latest Posts

Don't Miss