ରାଜଧାନୀରେ ଯୁବକଙ୍କ ଆତ୍ମହତ୍ୟା, ପ୍ରେମ ବ୍ୟାପାରକୁ ନେଇ ଜୀବନ ହାରିଥିବା ଅଭିଯୋଗ

ଭୁବନେଶ୍ବର: ଭୁବନେଶ୍ବର ଜିଜିପି କଲୋନୀରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ପ୍ରେମ ବ୍ୟାପାରକୁ ନେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ହେଲେ ସଚିତ୍ର ବାରିକ, ତାଙ୍କ ଘର ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ।
ତେବେ ଘଟଣାସ୍ଥଳରେ ଛାନବିନ ଆରମ୍ଭ କରିଛି ମଞ୍ଚେଶ୍ୱର ପୋଲିସ। ଆତ୍ମହତ୍ୟା ପୂର୍ବରୁ ଶେଷ କଲ୍ ଓ ମେସେଜକୁ ପୋଲିସ ଛାନବିନ କରୁଥିବା ଜଣାପଡିଛି।