ଟ୍ରେଡିଂ ସାଜିଲା କାଳ, ଋଣ ବୋଝ ସହିନପାରି ଆତ୍ମହତ୍ୟା କଲେ ଯୁବକ

1 min read

ଝାରସୁଗୁଡା: ଟ୍ରେଡିଂ ସାଜିଲା କାଳ । ଦୁଇପଇସା ରୋଜଗାର କରିବା ପାଇଁ କରୁଥିଲେ ଟ୍ରେଡିଂ ହେଲେ ଏଇ ଖେଳ ନେଇଗଲା ତାଙ୍କ ଜୀବନ । ଆଜ୍ଞା ହଁ ଟ୍ରେଡିଂରେ ପଇସା ହାରି ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡାର ଯୁବକ ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ା ଠାରେ ଥିବା ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବୟସ ୩୧। ଘର କେନ୍ଦ୍ରାପଡା ଓରାଡି ଲଙ୍କାପଡ଼ାରେ। ଋଣ ବୋଝ ସହିନପାରି ସେ ଆତ୍ମହତ୍ୟା କରିଥିବା ସୂଚନା । ଆତ୍ମହତ୍ୟା ପୂର୍ବରୁ ବାପା ଓ ମାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଆକୁଳ ଚିଠି ।

କଲର ଟ୍ରେଡିଂ ଗାମ୍ବଲିଂ ଆପ୍‌ରେ ସବୁ ପଇସା ହରାଇ ବସିଲି। ୨୦-୨୫ ଲକ୍ଷ ଟଙ୍କାର ଋଣ ବି କରି ଦେଇଥିଲି। ଏଥିରୁ ବର୍ତ୍ତିବା ପାଇଁ ପ୍ରୟାସ କରି ସଫଳ ହୋଇ ପାରିଲିନି। ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି। ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହାସ ନାହିଁ ନା ଭରସା । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି। ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ ମୋ ପାଇଁ। ଯେଉଁଥି ପାଇଁ ମୁଁ ସହି ପାରି ନଥାନ୍ତି। ସବୁତକ ପର୍ସନାଲ୍ ଲୋନ୍ । ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି । ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି। କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା । ଏତିକି ଅନୁରୋଧ ମତେ କ୍ଷମା କରିଦେବ, ମୋ ଭୁଲ ପାଇଁ ମୁଁ ଦାୟୀ।

ଏହା ଥିଲା ବାପା ମାଙ୍କ ଉଦ୍ଦେଶ୍ଯରେ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷ ମେସେଜ। ରବିବାର ହୋଟେଲରେ ଡ୍ୟୁଟି ସାରି ଫେରିନଥିଲେ ଅଚ୍ୟୁତାନନ୍ଦ।  ଅନଲାଇନ ଗେମ ଖେଳି ହାରିଯିବା ପରେ ସେ ଝାରସୁଗୁଡା ରେଳ ଷ୍ଟେସନରେ ରେଳ ଲାଇନରେ ଆତ୍ମହତ୍ଯା କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଝାରସୁଗୁଡ଼ା ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଟ୍ରେନରେ କଟି ଆତ୍ମ ହତ୍ୟା କରିଥିଲେ ଅଚ୍ୟୁତାନନ୍ଦ। ଗତକାଲି ଅଚ୍ୟୁତାନନ୍ଦଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ନଜର ପକାନ୍ତୁ