ହତ୍ୟା ପରେ ପାଳଗଦାରେ ପୋଡିଦେଲେ

ଗଞ୍ଜାମ: ଯୁବକଙ୍କୁ ହତ୍ୟା କରି ପାଳଗଦାରେ ପୋଡିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଏଭଳି ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି । ମୃତ ଯ଼ୁବକଙ୍କ ପରିଚୟ ଜଣାପଡ଼ିଛି, କିନ୍ତୁ ହତ୍ୟାର କାରଣ ଓ ହତ୍ୟାକାରୀଙ୍କ ସୁରାକ୍‌ ମିଳିନାହିଁ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

ସୂଚ଼ନା ମୁତାବକ ଲାଲୁଘାଇ ନିକଟରେ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପୋଡ଼ିଦେଇଛି । ସକାଳେ ଲୋକ ରକ୍ତ ପଡିଥିବା ଓ ପାଳଗଦା ଜଳୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ପରେ ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି । ମୃତ ଯୁବକ ହେଲେ ଆଠଗଡ଼ ପାଟଣାର ସୁରେଶ ଦାସ । ଘଟଣାସ୍ଥଳରେ ପୋଲିସ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ସୁରେଶ ଦାସଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସନ୍ଦେହ ଘେରରେ ରହିଛି ।

Leave a Reply