spot_img

Latest Posts

ରାଜ୍ୟର ଯୁବକଙ୍କ ପାଇଁ ଆସିବ ଯୁବ ବଜେଟ୍

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟର ଯୁବକଙ୍କ ପାଇଁ ଆସିବ ଯୁବ ବଜେଟ ବା ୟୁଥ ବଜେଟ। ୨୦୩୬କୁ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ। ୨୦୩୬ ବେଳକୁ ଓଡିଶାକୁ ଏକ ନୂଆ ଓ ସଶକ୍ତ ଓଡିଶା ଗଠନର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ଟାର୍ଗେଟ ଦେଇଛନ୍ତି। ବଳକା ଦୁଇ ବର୍ଷ ମଧ୍ୟରେ ଲକ୍ଷ୍ୟ ହାସଲରେ ତ୍ରୁଟି ବିଚ୍ୟୁତି ଥିଲେ ସୁଧୁରା ଯାଇପାରିବ। ଆସନ୍ତା ୧୦ ବର୍ଷ ମଧ୍ୟରେ ଓଡିଶାକୁ ସବୁ ଦିଗରୁ ସଶକ୍ତ କରାଯିବ। ଯେଉଁଥିରେ ଜଣେ ବ୍ୟକ୍ତି ଯାହା ସ୍ବପ୍ନ ଦେଖିବ ତାହାକୁ କିଭଳି ସାକାର କରାଯାଇପାରିବ ସେସବୁ ସମ୍ବଳ ଉପଲବ୍ଧ ହୋଇପାରୁଥିବ। ଏହାକୁ ରାଜ୍ୟର ସୁବର୍ଣ୍ଣ ଯୁଗ ବୋଲି କୁହାଯିବ। ଏହି ଲକ୍ଷ୍ୟ ହାସଲରେ ରାଜ୍ୟର ଯୁବକଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ।

ରାଜ୍ୟ ବଜେଟର ଏକ ବଡ ଭାଗ ଯୁବ ବିଜେଟ ପାଇଁ ବିନିଯୋଗ ହେବ। ଯାହାଦ୍ବାରା ଯୁବକଙ୍କ ସବୁ ସ୍ବପ୍ନକୁ ସାକାର କରିବେ ରାଜ୍ୟ ସରକାର। ଛାତ୍ରଛାତ୍ରୀମାନେ ଏହାଦ୍ବାରା ନିଜ ଭବିଷ୍ୟତ ପାଇଁ ବଡ ସ୍ବପ୍ନ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ନିଜର ପ୍ରତିଟି ଟର୍ମରେ କିଛି ନୂଆ କରିଛନ୍ତି। ସେ ଦାରିଦ୍ର୍ୟ ଦୁରୀକରଣ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଏକ ନୂଆ ଚିନ୍ତାଧାରା ସହ କାର୍ଯ୍ୟ କରିଥାନ୍ତି। ଏବେ ଯୁବ ବଜେଟ ଦ୍ବାରା ସାରା ବିଶ୍ବକୁ ମୁଖ୍ୟମନ୍ତ୍ରୀ ଦେଖାଇବେ ଯୁବ ଶକ୍ତିର ସାମର୍ଥ୍ୟ। ଯୁବ ଶକ୍ତିକୁ ସବୁ ପ୍ରକାର ସାମର୍ଥ୍ୟ ଯୋଗାଇବାକୁ ଏବେଠୁ ମୁଖ୍ୟମନ୍ତ୍ରୀ କାମ ଆରମ୍ଭ କରିଛନ୍ତି । ଯେଉଁଥିରେ ରାଜ୍ୟର ୬ହଜାର ୮୫୦ ହାଇସ୍କୁର ରୂପାନ୍ତରଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସରୁମ ସହ ଟେକ୍ନୋଲୋଜି ସହ ତାଳ ଦେଇ ଶିକ୍ଷା ଗ୍ରହଣର ମାଧ୍ୟମ ମିଳୁଛି । ଯୁବ ଶକ୍ତିକୁ ସ୍ବାବଲମ୍ବୀ କରିବା ସହ ନିଜର ସ୍ବପ୍ନକୁ ସାକାର କରିବାକୁ ବଳ ଯୋଗାଇବ ଯୁବ ବଜେଟ।

Latest Posts

Don't Miss