spot_img

Latest Posts

କଏଦି ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ଛେଚା ଖାଇଲେ ଯୁବକ !

ବାଲେଶ୍ୱର: ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ପିଲାଚୋର ସନ୍ଦେହରେ ମାଡ଼ । ଜେଲରେ ଥିବା ସମୟରେ ଅନ୍ୟଜଣେ କଏଦିକୁ ସାହାଯ୍ୟ କରିବାକୁ ଦେଇଥିଲେ ପ୍ରତିଶୃତି । ଆଉ ଜେଲରୁ ବାହାରି କଏଦିଙ୍କ ପୁଅକୁ ନେବାକୁ କରିଥିଲେ ଉଦ୍ୟମ । ଧରାପଡ଼ିବା ପରେ ପ୍ରଚୁର ଛେଚା ଖାଇଲେ ଯୁବକ । ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଡିଆ ଗାଁର ।

ସୂତନା ଅନୁସାରେ, କୁଡିଆ ଗାଁରେ ଏକ ବାହାଘର କାର୍ଯ୍ୟ ଚାଲିଥିଲାବେଳେ, ପରିବାର ଜଣେ ସଦସ୍ୟଙ୍କ ଦେହଖରାପ ହୋଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଯାଉଥିଲେ । ଘରେ ପ୍ରାୟ ସମସ୍ତେ ବ୍ୟସ୍ତ ଥାନ୍ତି। ରାତି ପ୍ରାୟ ଗୋଟାଏ ସମୟରେ ଜଣେ ଅଜଣା ଯୁବକ ଆସି ଖାଇବାକୁ ମାଗିଥିଲେ, ଘର ଲୋକେ ଯୁବକକୁ ପଲଥିନରେ ଖାଇବା ଦେଇ କବାଟ ବନ୍ଦ କରିଦେଇଥିଲେ । ତେବେ ରାତି ୨ ଟା ସମୟରେ ଯୁବକ ଜଣକ ଦୁଇ ମହଲା ଛାତ ଉପର ଦେଇ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥଲା । ଠିକ୍‌ ଏହି ସମୟରେ ପରିବାର ଲୋକ ପାଟିକରିବାରୁ ଯୁବକ ଜଣକ ଛାତରୁ ଡେଇଁ ପଳାଇଥିଲେ। ଏହାପରେ ଗ୍ରାମବାସୀଙ୍କ ସହଯୋଗରେ ଯୁବକକୁ ଧରି ନିର୍ଦ୍ଦୁମ ଛେଚିବା ପରେ ସତପ୍ରକାଶ କରିଥିବା ପରିବାର ଲୋକେ କହିଛନ୍ତି।

ସୂଚନାଯୋଗ୍ୟ ଯେ,  ମାଡ ଖାଇଥିବା ଯୁବକଜଣଙ୍କ ଗାଡି ଚୋରି ଅଭିଯୋଗରେ ଜେଲ ଯାଇଥିଲା । ସେଠାରେ ସ୍ତ୍ରୀକୁ ମାରି ଜେଲରେ ରହୁଥିବା ଅରୁପ ପ୍ରଧାନ ନାମକ ଯୁବକ ସହ ସାକ୍ଷାତ ହୋଇଥିଲା । ଏହାପରେ ଯୁବକ ଜଣକ ଅରୁପର ପୁଅକୁ ନେବାକୁ କୁଆଡେ ପ୍ରତିଶୃତି ଦେଇଥିଲେ । ଏବଂ ସେଥିପାଇଁ ସେ ଆଜି ତାଙ୍କ ପୁଅକୁ ନେବାକୁ ଆସିଥିଲା । ତେବେ ଅଟକ ଯୁବକ ଜଣକ ହେଲେ ବିଶ୍ୱଜିତ ଜେନା, ଘର ବାଲିଆପାଳ ଥାନା ମାଣିକ ସିମୁଳିଆ ଗାଁର ବୋଲି ଜଣାପଡିଛି।

Latest Posts

Don't Miss