ଛୁରାମାଡ଼ ଘଟଣା: ହସ୍ପିଟାଲରୁ ଡିସଜାର୍ଜ ହେବା ପରେ ରୂପେଶ ଜେରା

ଭୁବନେଶ୍ୱର: ଶୈଳଶ୍ରୀ ବିହାରରେ ପଡ଼ୋଶୀ ଘରେ ମହିଳା ବେଶରେ ପଶି ଛୁରାମାଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡାକୁ ପଚରାଉଚରା ଚଲାଇଛି ପୋଲିସ । ଘଟଣା ସମୟରେ ନିଜେ ବି ଆହତ ହୋଇଥିଲେ ରୂପେଶ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ପଚରାଉଚରା ଚାଲିଛି ।

ପଡୋଶୀ ଭାବରେ କିଛି ବାଦ ବିବାଦ ଥିଲା କି ? ଯୁବତୀ ଜଣଙ୍କ କିଛିଦିନ ହେଲା ଭୁବନେଶ୍ବର ଆସିଥିଲେ । ରୂପେଶଙ୍କ ସହିତ ପଡୋଶୀ ହିସାବରେ ତାଙ୍କର ଚିହ୍ନା ପରିଚୟ ଥିଲା କି ? ଲୁଟ ଉଦ୍ଦେଶ୍ୟରେ ମହିଳା ବେଶରେ ରୂପେଶ ଘର ଭିତରକୁ ଯାଇଥିଲେ କି ? ଏକ ତରଫା ପ୍ରେମ ଅଘଟଣର କାରଣ କି,  ଏଭଳି ଅନେକ ପ୍ରଶ୍ନ ନେଇ ପୋଲିସ ଖୋଳତାଡ କରୁଛି ।

ଧାର କରଜ ଓ ପରକିୟାପ୍ରିତୀ କଥାକୁ ଖଣ୍ଡନ କରିଛନ୍ତି ରୂପେଶଙ୍କ ପରିବାର  ଲୋକେ । ଆହତ ମହିଳା ଥାନାରେ ଏଫଆଇଆର୍‌ ଦେଇଛନ୍ତି । ଆହତ ମହିଳାଙ୍କ ଘରକୁ ସେଦିନ ଅଟୋରେ ଯାଇଥିଲେ ରୂପେଶ । ଲୁଟ୍‌ ଉଦ୍ଦେଶ୍ୟରେ ସେ ମହିଳା ବେଶରେ ମହିଳାଙ୍କ ଘରେ ପଶିଥିବା ପୋଲିସ ସନ୍ଦେହ କରୁଛି ।

ଗତ ୧ ତାରିଖରେ ରୂପେଶ ମହିଳା ବେଶରେ ଆହତ ଯୁବତୀଙ୍କ ଘରେ ପଶିଥିଲେ । ଏହାପରେ ଏକ ଛୁରୀରେ ଉଭୟ ଯୁବତୀ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ । ଧସ୍ତାଧସ୍ତିରେ ସେ ମଧ୍ୟ ଆହତ ହୋଇଥିଲେ ।

Leave a Reply