spot_img

Latest Posts

ବାଲେଶ୍ୱରରେ ଯୁବକଙ୍କୁ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ବସ୍ତାରେ ବାନ୍ଧି ଫିଙ୍ଗିଦେଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ବାହାନଗା ବ୍ଲକ କଲ୍ୟାଣପୁରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ରୁ ୫ ଦୁର୍ବୃତ୍ତ । ଆକ୍ରମଣରେ ଅରଳା ଗାଁର ପ୍ରଶାନ୍ତ ଦାସ ଗୁରୁତର ହୋଇଛନ୍ତି । ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ହସପିଟାଲ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ୪ରୁ ୫ ଦୁର୍ବୃତ୍ତ ପ୍ରଶାନ୍ତଙ୍କୁ ଗୋପାଳପୁର ବଜାରରୁ ଉଠାଇ ନେଇଥିଲେ । ପ୍ରଶାନ୍ତଙ୍କୁ ହାଣିବା ପରେ ବସ୍ତାରେ ସିଲାଇ କରି ତାଙ୍କୁ ହାଟୁଆଣିର ପୋଲ ପାଖରେ ପିଙ୍ଗିଦେଇଥିଲେ । ପୋଲିସ ପହଞ୍ଚି ପ୍ରଶାନ୍ତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି ।

ଖନ୍ତାପଡ଼ା ଥାନା ନୂଆପୁର ପଞ୍ଚାୟତ ର କେତେକ ଯୁବକଙ୍କ ସହ କଲ୍ୟାଣୀ ପଞ୍ଚାୟତ ଅରଳା ଗ୍ରାମର କେତେକ ଯୁବକ ଙ୍କ ସହ ଶତ୍ରୁତା ଲାଗିଥିଲା। ସୋମବାର ଅପରାହ୍ନରେ ଗୋପାଳପୁର ବଜାରରେ ବିବାଦ ପୁନର୍ବାର ଲାଗିଥିଲା । ପରେ ପରେ କେତେକ ଯୁବକ ମିଶି ପୂର୍ବ ଶତ୍ରୁତାକୁ ନେଇ ପ୍ରଶାନ୍ତଙ୍କୁ ସନ୍ଧ୍ୟାରେ ଗୋପାଳପୁର ବଜାରରୁ ଅପହରଣ କରିନେଇଥିଲେ ।

ରାତି ୧୦.୩୦ ରେ ଗୋପାଳପୁର ଓ ଖନ୍ତାପଡ଼ା ପୋଲିସ ଅପହରଣ ପ୍ରଶାନ୍ତକୁ ହାଟୁଆଣିର ଏକ ପୋଲ ନିକଟରୁ ଉଦ୍ଧାର କରିଥିଲେ। ପରେ ଗୋପାଳପୁର ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା କରିଥିଲେ। ଗୁରୁତର ଆହତ ପ୍ରଶାନ୍ତର ମୁଣ୍ଡ ,ଗୋଡ, ହାତକୁ ଦୁର୍ବୃତ୍ତ ମାନେ ହାଣିବା ପରେ ବସ୍ତାରେ ସିଲାଇ କରି ଫିଙ୍ଗି ଦେଇଥିଲେ । ଗୁରୁତର ଆହତ ପ୍ରଶାନ୍ତକୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Latest Posts

Don't Miss