ନନ୍ଦିଘୋଷ ବ୍ୟୁରୋ : କଟକରେ ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଗିରଫ ହେଲେ ଯୁବକ । ଗିରଫ ଅଭିଯୁକ୍ତ ମୁକେଶ ବାରିକ। ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧାନବାଦ ଅଞ୍ଚଳରେ ହୋଇଥିବା ସୂଚନା । ମୁକେଶ ନିଜ ମୋବାଇଲରେ ନିୟମିତ ଅଶ୍ଳୀଳ ଭିଡ଼ିଓ ଡାଉନଲୋଡ କରି ରଖୁଥିଲା । ପରେ ସେହି ଭିଡ଼ିଓ ଗୁଡ଼ିକୁ ବିଭିନ୍ନ ଫୋନକୁ ଫରୱାର୍ଡ କରୁଥିଲା । ସାଇବର ଥାନା ପୋଲିସ ମୋବାଇଲର ଆଇପି ଆଡ୍ରେସରୁ ଫୋନ ଲୋକେସନ ସଂଗ୍ରହ କରିଥିଲା। ସେଠାରେ ଚଢ଼ାଉ କରି ପୋଲିସ ମୁକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

