ଚଢ଼ାଉ ଭୟ ଦେଖାଇ ଚଳୁ କଲେ ଆକାଉଣ୍ଟ

Youth Arrested For Black Mailing Retired Teacher Jharsuguda

ଝାରସୁଗୁଡ଼ା: ବ୍ଲାକମେଲିଂ କରି ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଯୁବକ । ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ । ଅଭିଯୁକ୍ତ ଯୁବକ ଶ୍ରୀପୁରା ଗାଁର ଲଖିନ୍ଦ୍ର ପୋଢ଼, ସେହି ଗାଁର ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ଦିକ୍ଷୀତଙ୍କ ଘରକୁ ଯିବା ଆସିବା କରନ୍ତି । ସମୟ କ୍ରମେ ସାରଙ୍କ ସରଳତାର ସୁଯୋଗ ନେଇ ଗୋଟିଏ ଦିନ ପ୍ରସନ୍ନଙ୍କ ଘରେ ବ୍ୟାଗ୍ ଟିଏ ରଖି ଆସନ୍ତି ଲଖିନ୍ଦ୍ର । ଆଉ ତା’ପରଦିନ ବ୍ୟାଗ୍ ନେଇଯିବା ସହ ଆରମ୍ଭ ହୁଏ ବ୍ଲାକମେଲିଂ ।

Youth Arrested For Black Mailing Retired Teacher Jharsuguda

ପ୍ରସନ୍ନଙ୍କୁ ଫୋନ୍ କରି ଲଖିନ୍ଦ୍ର କୁହନ୍ତି, ବ୍ୟାଗଟିରେ କଳା ଧନ ଥିଲା ପୋଲିସ ଜବତ କରିଛି । ଏହି କେସରେ ତାଙ୍କ ସହ ପ୍ରସନ୍ନଙ୍କ ନାଁ ରହିଛି । ପୋଲିସ ଓ ଆୟକର ବିଭାଗ ଆପଣଙ୍କୁ କୌଣସି ବି ସମୟରେ ଗିରଫ କରିପାରେ । ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନଙ୍କୁ ଏମିତି ଭାବେ ଡରାଇ ମାମଲାକୁ ରଫାଦଫା କରିବାକୁ ପୋଲିସକୁ ଲାଞ୍ଚ ଦେବାକୁ ପଡ଼ିବ ବୋଲି କହିଥିଲେ ଲଖିନ୍ଦ୍ର । ପର୍ଯ୍ୟାୟକ୍ରମେ ପ୍ରସନ୍ନଙ୍କ ଠାରୁ ୨ ଲକ୍ଷ, ୩ ଲକ୍ଷ ଏମିତି ୧୫ ଲକ୍ଷ ଟଙ୍କା ଲଖିନ୍ଦ୍ର ନେଇଥିଲେ ।

Youth Arrested For Black Mailing Retired Teacher Jharsuguda

ପ୍ରସନ୍ନଙ୍କ ପାଖରେ ଥିବା ସମସ୍ତ ଜମା ପୁଞ୍ଜି ନେଇଯିବା ପରେ ଆହୁରି ଟଙ୍କା ମାଗିବା ସହ ଧମକ ଦେଇଥିଲା ଲଖିନ୍ଦ୍ର । ଏନେଇ ପ୍ରଶନ୍ନ ବଡ଼ମାଲ ଥାନାର ଦ୍ୱାରସ୍ତ ହୋଇଥିଲେ । ତଦନ୍ତ ପରେ ପୋଲିସ ଲଖିନ୍ଦ୍ର ପୋଢ଼କୁ ଗିରଫ କରିବା ସହ ତା’ଠାରୁ ୪ ଲକ୍ଷ ୭୦ ହଜାର ଟଙ୍କା ଜବତ କରି ପ୍ରସନ୍ନଙ୍କୁ ଫେରାଇଛି । ଅଭିଯୁକ୍ତ ଲଖିନ୍ଦ୍ରର ଆକାଉଣ୍ଟରେ ଥିବା ୪ ଲକ୍ଷ ଟଙ୍କାକୁ ବ୍ଲକ କରିଛି ପୋଲିସ । ଏଥିସହ ଲଖିନ୍ଦ୍ର ଆଉ କେଉଁଠି ଠକେଇ ଟଙ୍କା ରଖିଛି ସେ ନେଇ ପୋଲିସ୍ ଛାନଭିନ୍ କରୁଛି ।

Leave a Reply