ଏସପ୍ଲାନେଡ ମଲ୍ ସମ୍ମୁଖରୁ ଯୁବକଙ୍କୁ ଅପହରଣ

ଭୁବନେଶ୍ବର: ରାଜଧାନୀରେ ଜଣେ ଯୁବକଙ୍କୁ ଅପହରଣ ଅଭିଯୋଗ । ଏସପ୍ଲାନେଡ ମଲ ସମ୍ମୁଖରୁ ଯୁବକଙ୍କୁ ଅପହରଣ କରାଯାଇଥିବା ସହିଦନଗର ଥାନାରେ ପରିବାର ଲୋକଙ୍କ ଅଭିଯୋଗ । ଏକ କଳା ରଙ୍ଗର କାରରେ ଆସି ୪ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ।

ଅପହୃତ ଯୁବକଙ୍କ ନାଁ ପ୍ରିୟବ୍ରତ ସାହୁ । ତାଙ୍କ ଘର ଆନନ୍ଦପୁର ବେଲବାହାଳି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏତଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।