ସରକାରୀ ଚାକିରି ମିଳିବା ମାତ୍ରେ ଆତ୍ମହତ୍ୟା କଲେ ଯୁବକ, ସୁଇସାଇଡ ନୋଟରେ ଲେଖିଲେ ଆଶ୍ଚର୍ଯ୍ୟ କଲା ଭଳି କଥା…

ତାମିଲନାଡ଼ୁ: ତାମିଲନାଡ଼ୁ କନ୍ୟାକୁମାରୀରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କନ୍ୟାକୁମାରୀର ଜଣେ ବ୍ୟକ୍ତି ସରକାରୀ ଚାକିରି ପାଇବା ପରେ ଆତ୍ମହତ୍ୟା କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ନିଷ୍ପତ୍ତି ନେଇଥିଲେ ଯେ, ସରକାରୀ ଚାକିରି ପାଇବା ମାତ୍ରେ ସେ ନିଜ ଜୀବନ ତ୍ୟାଗ କରିଦେବେ ଏବଂ ଭଗବାନଙ୍କ ସରଣକୁ ଚାଲିଯିବେ ।

ସୂଚନା ଅନୁଯାୟୀ, ଏହି ମାମଲା କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ ସ୍ଥାନରେ ଘଟିଛି । ୩୨ ବର୍ଷିୟ ନବୀନ ନାଗରକୋଇଲର ବାସ କରନ୍ତି । ଚାକିରି ମିଳୁନଥିବାରୁ ହତାଶ ହୋଇପଡ଼ିଥିଲେ ନବୀନ ।  ତେଣୁ ସେ ଗୋଟେ ଦିନ ମାନସିକ କଲେ ଯେ, ଯଦି ତାଙ୍କୁ ଚାକିରି ମିଳେ, ତେବେ ସେ ନିଜ ଜୀବନ ତ୍ୟାଗ କରିଦେବେ ।

ମାନସିକ ରଖିବାର ଅଳ୍ପଦିନ ଭିତରେ ତାଙ୍କୁ ମୁମ୍ବାଇରେ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ମିଳିଲା । ଚାକିରିରେ ଯୋଗ ଦେବା ପାଇଁ ସେ ଅଫିସ ଯାଇ ୧୫ ଦିନ  କାମ ମଧ୍ୟ କରିଥିଲେ । ୧୫ ଦିନ ପରେ ନବୀନ ଶୁକ୍ରବାର ଦିନ ତ୍ରିବେନ୍ଦ୍ରମ ଯିବାକୁ ନିଷ୍ପତ୍ତି ନେଇ ରେଲୱେ ଷ୍ଟେସନ ପାଖରେ ଟ୍ରାକ ଉପରେ ଶୋଇପଡ଼ିଲେ ।

ତେବେ ନବୀନଙ୍କ ପାଖରୁ ଏକ ସୁଇସାଇଡ ନୋଟ ମିଳିଛି ଯେଉଁଥିରେ ଲେଖାହୋଇଛି ଯେ, ସେ ଭଗବାନଙ୍କୁ ଦେଇଥିବା ବଚନକୁ ପୂରଣ କରିବ । ସେ ଲେଖିଥିଲେ ଯେ, ଯଦି ତାଙ୍କୁ ଚାକିରି ମିଳିବ ତେବେ ସେ ନିଜକୁ ଭଗବାନଙ୍କ ସରଣରେ ସମର୍ପି ଦେବ । ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଲେଖା ହୋଇଥିଲା ।

ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ନବୀନଙ୍କ ଏହି ନିଷ୍ପତ୍ତି ପଛରେ ଅନ୍ୟ କିଛି କାରଣ ଅଛି ନା ନାହିଁ ତାହା ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣା ସମ୍ବନ୍ଧିତ କିଛି ଲୋକଙ୍କ ସହ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

Leave a Reply