କରୋନା କଟକଣାରେ ବୁଲିବା ହେଲା କାଳ, ପାହାଡ଼ରୁ ଖସି ଯୁବକଙ୍କର ମୃତ୍ୟୁ

ବରଗଡ଼: ପାହାଡ଼ରୁ ଖସି ଚାଲିଗଲା ଜୀବନ । ସାଙ୍ଗ ମାନଙ୍କ ସହ ବୁଲିବା ହେଲା କାଳ । ଝରଣାରେ ଗୋଡ଼ ଖସି ପାଣିରେ ବୁଡ଼ିଗଲେ ଜଣେ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରବଖରା  ଗୁମ୍ଫାରେ । କରୋନା ପାଇଁ ଏବେ ସବୁ ବନ୍ଦ । କଟଣା ପାଇଁ ମନ୍ଦିର ଠାରୁ ଆରମ୍ଭ କରି ରାଜ୍ୟର ସବୁ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିଛନ୍ତି ରାଜ ସରକାର । କିନ୍ତୁ ଏହାକୁ କିଛି ଅମାନିଆ ଅବମାନନା କରୁଛନ୍ତି । ତେବେ ବାରବଖରା ରେ ଥିବା ଝରଣାରେ ବର୍ଷା ଦିନେ ଅଧିକ ପାଣି ରହିଥାଏ ।

ଏଠାକୁ ଲକଡାଉନ ସମୟରେ ବୁଲିବାକୁ ଯାଇଥିବା ବେଳେ ଟିଟୁ ଟପ୍ପୋ  ନାମକ ଯୁବକ ତଳକୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଛି । ମୃତକ ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ  ବିଲାସିନି ଟପ୍ପୋ ଏବଂ ସାଙ୍ଗ ପିଂକେଶ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ଅମ୍ବାଭୋନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତକଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯିବାର ସୂଚନା ରହିଛି । ସବୁଠାରୁ ବଡ଼ କଥା ହେଉଛି କରୋନା ପାଇଁ ସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ ଥିବା ବେଳେ ସେଠାକୁ ଏମାନେ ଗଲେ କେମିତି ? ସ୍ଥନୀୟ ପ୍ରଶାସନ ଏନେଇ କାହିଁକି ସତର୍କ ନଥିଲା ? ଏଭଳି ପ୍ରଶ୍ନ ସାଧାରଣରେ ଲୋକଙ୍କ ମନରେ ସୃଷ୍ଟି ହୋଇଛି ।

Leave a Reply