ଭାରତ ବିଶ୍ୱକପ୍ ହାରିବାରୁ ଯୁବକ ଜୀବନ ହାରିଲେ

ବିଞ୍ଝାରପୁର : ଗତକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ଟକ୍କର ଚାଲିଥାଏ । ସବୁଠି କ୍ରିକେଟ ପ୍ରେମିମାନେ ଚାହିଁବସିଥିଲେ ଭାରତର ପ୍ରତିଟି ବଲକୁ  କ୍ରମାଗତ ଭାବେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ପରିଶେଷରେ ଭାରତ ପରାଜୟ ବରଣ କରିଥିଲା କଙ୍ଗାରୁ ଟିମ ପାଖରେ । ଆଉ ଏହାକୁ ସହଜରେ ଗ୍ରହଣ କରିପାରିନଥିେଲେ କ୍ରିକେଟ୍ ପ୍ରେମୀ । ଭାରତ କ୍ରିକେଟ ଖେଳରେ ହାରିଲା ବୋଲି ଜୀବନ ହାରିଦେଲେ ୨୩ ବର୍ଷୀୟ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ  ଜରୀ ପଞ୍ଚାୟତ କୁଳସାହି ଗ୍ରାମରେ । ନୀଳମଣି ଦାସଙ୍କର ସାନ ପୁଅ ଦେବରଞ୍ଜନ ଦାସ କ୍ରିକେଟକୁ ଅତ୍ୟଧିକ ଭଲପାଆନ୍ତି । ଦେବ ଅନେକ ସମୟ ପର୍ଯ୍ୟନ୍ତ ଟିଭି ପରଦାରେ ଅପେକ୍ଷା ଚାହିଁ ରହିଥିଲେ । ଧିରେ ଧିରେ ଜେତେବେଳେ ଭାରତ ହାତରୁ ମ୍ୟାଚ୍ ଖସିଯାଉଥାଏ ସେତେବେଳେ ସେ ନିଜକୁ ବୁଝାଇ ପାରୁନଥିଲେ । ଏହାପରେ ଦେବରଞ୍ଜନ ଦାସଙ୍କର ଦେଖା ମିଳିନଥିଲା ।

ଆଜି ସକାଳୁ ସକାଳୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ଅନେକ ସମୟ ଖୋଜା ଖୋଜି କରିବା ପରେ ପଡୋଶି ଛାତରେ ଥିବା ଏକ ରଡ଼ ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୋଲିସ ଫାଣ୍ଡିକୁ ଖବର କରିଥିଲେ ଖବର ପାଇ ଜରୀ ଫାଣ୍ଡି ଅଧିକାରୀ ପଂହଁଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।