ଅଭାବରୁ ଉଦ୍ଭାବନ, ନିଜସ୍ୱ ଜ୍ଞାନରେ ତିଆରିଛନ୍ତି ଜଳ ସେଚନ ପ୍ରକଳ୍ପ ! ଯୋଗ୍ୟତା ମାଟ୍ରିକ୍‌ ଫେଲ୍‌

Farmer

ମୟୁରଭଞ୍ଜ: ଅଭାବ ଅନାଟନ ଦେଖାଇଛି ଉଦ୍ଭାବନାର ନୂଆ ରାସ୍ତା । ଏମିତି କିଛି କରି ଦେଖାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ସୁକୃଳିର ଯୁବ ଚାଷୀ ମହୁର ଟିପିରିଆ । ନଦୀରୁ ଚାଷ ଜମିକୁ ପାଣି ଉଠାଇବା ପାଇଁ ନିଜସ୍ୱ ଜ୍ଞାନରେ ତିଆରି କରିଛନ୍ତି ଉଠା ଜଳସେଚନ ପ୍ରକଳ୍ପ ।

ବାଉଁଶ ଓ ପ୍ଲାଷ୍ଟକ୍ ବୋତଲରେ ଉଠୁଛି ପାଣି । କ୍ଷେତରେ ସବୁଜିମା ଖେଳାଇଛନ୍ତି ଯୁବ ଚାଷୀ । ଶିକ୍ଷାଗତ ଯୋଗ୍ୟତା ଅଣ୍ଡର ମେଟ୍ରିକ୍ । ହେଲେ ତାଙ୍କର ଉଦ୍ଭାବନା ଜଣେ ଇଞ୍ଜିନିୟରିଂ ଛାତ୍ର ଠାରୁ କିଛି କମ ନୁହେଁ । ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଉଠା ଜଳସେଚନ ପ୍ରକଳ୍ପ । କିଛି ଅଦରକାରୀ ବୋତଲ, ବାଉଁଶ ଏବଂ କାଠ ପଟା ସାହାର୍ଯ୍ୟରେ ନଦୀରୁ ଜମିକୁ ଉଠାଉଛନ୍ତି ପାଣି ।

ଆଭାବ ଅନାଟନ ଏବଂ ପରିବାର ପୋଷଣ ମହୁରକୁ ନୂଆ ରାସ୍ତା ଦେଖାଇଛି । ନଦୀରୁ ପାଣି ଉଠାଇବା ପାଇଁ ସୁବିଧା ନଥିବାରୁ ୬ ମାସ ଚାଷ କରି ବାକି ୬ମାସ ହାତ ଯୋଡି ବସି ରହୁଥିଲା । ହେଲେ ଏହି ଉଠା ଜଳସେଚନ ପ୍ରକଳ୍ପ କରିବା ପରେ ଏବେ ଆଉ ଚାଷ କାର୍ଯ୍ୟରେ ଅସୁବିଧା ହେଉନାହିଁ । ଜମିରେ ଜଳସେଚନ କରି ଧାନ, ଗହମ, ସୋରିଷ ସାଙ୍ଗକୁ ବିଭିନ୍ନ ପନିପରିବା ଚାଷ କରିଛନ୍ତି ଯୁବ ଚାଷୀ ।

Leave a Reply