ରାସ୍ତାକଡ଼ରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତ ଦେହ ଉଦ୍ଧାର । ବାଙ୍କବାହାଲ ରାସ୍ତା କଡ଼ରୁ ମିଳିଲା ମୃତଦେହ । ଗତକାଲିଠାରୁ ନିଖୋଜ ଥିଲେ ସୁରେଶ୍ । ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁ ଫିଲ୍ଡ ପରିଦର୍ଶନରେ ଯାଇଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୃତ ଶରୀର ସହ ତାଙ୍କ ବାଇକ ବନକାବିଅର ଗାଁ ନିକଟରେ ପଡିଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ମୃତ ସୁରେଶ କୁମାର ସାହୁଙ୍କ ଘର କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । କନିଷ୍ଠ ଯନ୍ତ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।