ମୋ ବସ୍ ଡ୍ରାଇଭରଙ୍କୁ ଲୁହା ରଡରେ ଆକ୍ରମଣ

ଭୁବନେଶ୍ୱର: ରାସ୍ତା ଜାମ୍ ହେବାରୁ ମୋ ବସ ଉପରେ ଆକ୍ରମଣ । ମାଷ୍ଟରକ୍ୟାଣ୍ଟିନରୁ ସୁନ୍ଦରପଦା ରୁଟ ଦେଇ ଜଟଣୀ ଯାଉଥିବା ମୋ ବସ ଉପରେ ଆକ୍ରମଣ କରିଛନ୍ତି ଜଣେ ଯୁବକ । ଲୁହା ରଡ୍‌ରେ ଗାଡ଼ିର କାଚ୍ ଭାଙ୍ଗିବା ସହ ଡ୍ରାଇଭରଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ । ବିରବନ୍ଧ ନିକଟରେ ମୋ ବସ ଯାତ୍ରୀ ଉଠାଇବାବେଳେ ସଂକୀର୍ଣ୍ଣ ରାସ୍ତା ପାଇଁ ରାସ୍ତା ଜାମ୍‌ ହୋଇଥିଲା । ବସ ପଛରେ ଅନେକ ଗାଡ଼ି ଅଟକି ରହିଥିଲା ।

ଘଟଣା ସ୍ଥଳରେ ଜଣେ ଯୁବକ ପାଟିଟୁଣ୍ଡ କରିଥିଲେ । ପରେ ସଂପୃକ୍ତ ଓଇସି ଛକ ନିକଟରେ ବସକୁ ଅଟକାଇ ଗାଳିଗୁଲଜ କରିବା ସହିତ ଲୁହା ରଡରେ ଗାଡ଼ିର କାଚ ଭାଙ୍ଗିଥିଲେ । ଏହା ସହ ବସ ଡ୍ରାଇଭରଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଡ୍ରାଇଭର । ମୋ ବସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ଚିକିତ୍ସା କରାଇବା ସହ ପିପିଲି ଥାନାରେ ଅଭିଯୋଗ କରିଛନ୍ତି ।