spot_img

Latest Posts

ବିବାହ ପୂର୍ବରୁ ହତ୍ୟା : ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ : ବିବାହ ଲାଗି ବେଙ୍ଗାଳୁରୁରୁ ଗୋଆ ଗଲେ ଯୁବକଯୁବତୀ। ହେଲେ ସେଠାରେ ଯୁବତୀଙ୍କୁ ହତ୍ୟା କଲେ ଯୁବକ। ହତ୍ୟା ଅଭିଯୋଗରେ ଦକ୍ଷିଣ ଗୋଆ ପୋଲିସ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି। ଗୋଆ ପ୍ରତାପ ନଗରରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହେବା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତର ବେଙ୍ଗାଳୁରୁର ସଞ୍ଜୟ କେଭିନ ଏମ। ମୃତକ ହେଉଛନ୍ତି ୨୨ ବର୍ଷ ବୟସ୍କା ରୋଶନି ମୋଜେସ ଏମ। ତାଙ୍କ ଘର ବି ବେଙ୍ଗାଳୁରୁରେ ବୋଲି ସୂଚନା ମିଳିଛି। ପୋଲିସର ସୂଚନା ମୁତାବକ ସଞ୍ଜୟ ଓ ରୋଶନି ଦୁହେଁ ବିବାହ କରିବା ଲାଗି ଗୋଆ ଯାଇଥିଲେ। ମାତ୍ର ସେଠାରେ ରୋଶନିଙ୍କୁ ହତ୍ୟା କରି ସଞ୍ଜୟ ଜଙ୍ଗଲରେ ଫୋପାଡି ଦେଇଥିଲା। ଦକ୍ଷିଣ ଗୋଆର ପ୍ରତାପ ନଗରର ଜଙ୍ଗଲ ଇଲାକାରେ ଯୁବତୀଙ୍କ ଶବ ଠାବ ହୋଇଛି। ତାଙ୍କର ଗଳା କଟିଥିବା ଦେଖାଯାଇଛି। ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ଦକ୍ଷିଣ ଗୋଆ ଏସପି ଟିକମ ସିଂ ବର୍ମା। ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ସଞ୍ଜୟକୁ ଗିରଫ କରାଯାଇଛି।

Latest Posts

Don't Miss