ଯୁବ ସାମ୍ବାଦିକ ଦୀପକ ମିଶ୍ରଙ୍କ ମୃତ୍ୟୁ, ଚିକିତ୍ସାଧିନ ଅବସ୍ଥାରେ ପରଲୋକ

ଭୁବନେଶ୍ୱର: ଡେଲାଙ୍ଗ ନ୍ୟୁଜ 7 ପ୍ରତିନିଧି ଦୀପକ ମିଶ୍ରଙ୍କ ମୃତ୍ୟୁ । ବ୍ରେନ୍ ଷ୍ଟ୍ରୋକରେ ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ସମ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଜୁନ ୨୦ରେ ହଠାତ ଦୀପକ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସପିଟାଲ ଓ ପରେ ସମ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ହେଲେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କି ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଦୀପକଙ୍କ ମୃତ୍ୟୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୀପକଙ୍କ ଭଳି ଯୁବ ସାମ୍ବାଦିକଙ୍କୁ ହରାଇ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି ।