ଭୂମି ପୂଜନ ପାଇଁ ସଜେଇ ହେଉଛି ରାମ ନଗରୀ, ଅଯୋଧ୍ୟା ପହଞ୍ଚି ପ୍ରସ୍ତୁତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
1 min readଉତ୍ତର ପ୍ରଦେଶ: ଅଯୋଧ୍ୟାର ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମର ଦିନ ପାଖେଇ ଆସୁଛି । ଆଉ ମାତ୍ର ୪୮ଘଣ୍ଟାରୁ ବି କମ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିରରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଇତି ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି କହିଛନ୍ତି ଯେ, ଲୋକମାନେ ଘରେ ବସି ଏହି ଐତିହାସିକ ଦୃଶ୍ୟକୁ ଉପଭୋଗ କରନ୍ତୁ ।
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟକ୍ରମ ଏବଂ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କ ସହ କଥା ମଧ୍ୟ ହୋଇଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭୂମି ପୂଜା ସ୍ଥଳ ସହିତ ହନୁମାନଘଡ଼ୀ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଟ୍ୱିଟ କରି କହିଛନ୍ତି ଯେ, ‘अवधपुरी प्रभु आवत जानी, भई सकल सोभा कै खानी’.
अवधपुरी प्रभु आवत जानी।
भई सकल सोभा कै खानी।।कई शताब्दियों की प्रतीक्षा अब पूर्ण हो रही है, व्रत फलित हो रहे हैं, संकल्प सिद्ध हो रहा है।
सभी श्रद्धालुजन घर पर दीप जलाएं।
श्रीरामचरितमानस का पाठ करें।
प्रभु श्री राम का आशीष सभी जनों को प्राप्त होगा।#श्रीरामलला_विराजमान
— Yogi Adityanath (मोदी का परिवार) (@myogiadityanath) August 3, 2020
ସିଏମ ଲେଖିଛନ୍ତି ଯେ, ଅନେକ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅପେକ୍ଷାର ଫଳ ମିଳିବାକୁ ଯାଉଛି । ସଂକଳ୍ପ ସିଦ୍ଧ ହେବାକୁ ଯାଉଛି । ସବୁ ଶ୍ରଦ୍ଧାଳୁଗଣଙ୍କୁ ଘରେ ରହି ଦୀପ ଜାଳିବାକୁ କହିଛନ୍ତି ଯୋଗି ଆଦିତ୍ୟନାଥ । ଶ୍ରୀରାମଚରିତମାନସ ପାଠ କରନ୍ତୁ । ପ୍ରଭୁ ଶ୍ରୀ ରାମଙ୍କ ଆଶିଷ ସମସ୍ତଙ୍କୁ ପାପ୍ତ ହେବ ।
ଉଲ୍ଲେଖନୀୟ କଥା ହେଉଛି, ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୁମି ପୂଜନ ପୂର୍ବରୁ ଅଯୋଧ୍ୟାର ସୀମା ସିଲ୍ ହେବ । ଏହି ସମୟରେ, ସମସ୍ତ ପ୍ରସ୍ତୁତି ଯାଞ୍ଚ କରିବାପାଇଁ ସିଏମ୍ ଆଜି ପହଞ୍ଚିଛନ୍ତି । କରୋନା ମହାମାରୀ ହେତୁ ଅଧିକ ସଂଖ୍ୟକ ଲୋକଙ୍କୁ ଆସିବାକୁ ଅନୁମତି ଦିଆଯାଇନାହିଁ । ଭୁମି ପୂଜନ ସମୟରେ କେବଳ ଦୁଇଶହରୁ କମ୍ ଅତିଥି ଉପସ୍ଥିତ ରହିବେ।
Ayodhya: Uttar Pradesh Chief Minister Yogi Adityanath takes stock of preparations ahead of the foundation stone laying ceremony of #RamTemple on August 5. pic.twitter.com/gK8o0nZYz6
— ANI UP/Uttarakhand (@ANINewsUP) August 3, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଖାପାଖି ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବେ । ଏହି ଅବସରରେ ସାମାଜିକ ଦୂରତା ପାଳନ କରାଯିବ ଏବଂ କରୋନା ସହ ଯଡ଼ିତ ଗାଇଡଲାଇନର ପାଳନ କରାଯିବ । ଭୂମି ପୂଜନ ସମୟରେ ଟ୍ରଷ୍ଟର କିଛି ସଦସ୍ୟ, ରାମ ମନ୍ଦିର ଆନ୍ଦୋଲନ ସହିତ ଜଡ଼ିତ ଲୋକ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇଛି ।
ଆଜିଠାରୁ ଲୋକମାନଙ୍କ ପାଖକୁ ନିମନ୍ତ୍ରଣ ପତ୍ରକୁ ଯିବା ଆରମ୍ଭ ହୋଇଯାଇଛି, ସୁପ୍ରିମକୋର୍ଟରେ ବାବ୍ରି ମସଜିଦ ଦଳର ସମର୍ଥକ ଇକବାଲ ଅନସାରୀଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।