ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣା: CBI ତଦନ୍ତ ସୁପାରିସ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣାର ଯୋଗି ସରକାରଙ୍କ କଠୋର ଆଭିମୁଖ୍ୟ  । ଆଖଡା ପରିଷଦ ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣାର ତଦନ୍ତ କରିବା ସିବିଆଇ  । ଉତ୍ତରପ୍ରଦେଶ ସରକାର ଜାତୀୟ ଅନୁସନ୍ଧାନ କାରୀ ସଂସ୍ଥା ସିବିଆଇକୁ କେସ ହସ୍ତାନ୍ତର କରିବା ଲାଗି ନିର୍ଦେଶ ଦେଇଛନ୍ତି  । ଯେଉଁଥିପାଇଁ ଉତ୍ତରପ୍ରଦେଶ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛନ୍ତି  ।

ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖାଡ଼ାର ସଚିବ ମହନ୍ତ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସମଗ୍ର ଦେଶରେ ଚର୍ଚ୍ଚାର ବିଷ ପାଲଟିଛି  । ସାଧୁ ସମାଜ ଏବଂ ମଠ ମନ୍ଦିରରେ ଏନେଇ ଜୋର ଆଲୋଚନା  । ଯୋଗୀଙ୍କ ରାଜ୍ୟରେ ଜଣେ ସାଧୁ ଏବଂ ମଠର ମହନ୍ତଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି  । ସେପଟେ ଦୋଷୀଙ୍କ ବିରୋଧରେ ସଠିକ ଦଣ୍ଡ ବିଧାନ ନେଇ ପ୍ରଥମରୁ ଘୋଷମା କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ।

ଏହାରି ମଧ୍ୟରେ  ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରିବା ପରେ ୟୁପି ପୋଲିସ ହରିଦ୍ୱାର ଠାରୁ ପ୍ରୟାଗରାଜ ନେଇଆସିଛି । ଏବଂ ତାଙ୍କୁ ପଚରାଉଚରା ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ସୋମବାର ପ୍ରୟାଗରାଜର ବାନ୍ଧଘରି ମଠରେ ନରେନ୍ଦ୍ର ଗିରିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତାଙ୍କ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ରହିଛି । ଏଣୁ ଉତ୍ତରାଖଣ୍ଡ ପୋଲିସ ଆନନ୍ଦ ଗିରିଙ୍କୁ ହରିଦ୍ୱାରରେ ଗିରଫ କରିଛି ।

Leave a Reply