ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଯୋଗ ଶିବିର ଉଦଯାପିତ…

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚରେ ମୋ ବିଚ୍ ଯୋଗ ଶିବିର ଉଦଯାପିତ ହୋଇଛି । ୨ଶହ କରୋନା ଯୋଦ୍ଧାଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାମିଲ ହୋଇଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୋଜିତ ହୋଇଥିବା ଏହି ଶିବିରରେ ୧୦ ଜଣ ଯୋଗ ଶିକ୍ଷକ ଯୋଗ ଯୋଗାଭ୍ୟାସ କରାଇଥିଲେ ।  ଯୋଗ ଦ୍ୱାରା କିଭଳି କରୋନାକୁ ପ୍ରତିହତ କରି ହେବ ସେ ନେଇ ବାର୍ତ୍ତା ଦିଆଯାଇଥିଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ କାଲିଠୁ ଚାଲିଥିବା ଏହି ଯୋଗ ଶିବିରର ବିଦ୍ଧିବଦ୍ଧ ଭାବେ ସମାପ୍ତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଆସିଥିବା ୨ଶହ ଜଣଙ୍କୁ ନେଇ  ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି |

ଆୟୁଷ ମନ୍ତ୍ରାଳୟର ଗାଇଡଲାଇନକୁ ଅନୁପାଳନ କରି ପୁରୀର ବ୍ଲୁ ଫ୍ଲାଗ ବିଚ୍ ରେ ଏକ ମୋ ବିଚ୍ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା |  ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା | ସେବାୟତ ବର୍ଗ, ଗଣମାଧ୍ୟମ ବର୍ଗ, ପୋଲିସ ବର୍ଗ,  ସରକାରୀ ବର୍ଗ ଓ ସାଧାରଣ ଲୋକ ଏହି  ଶିବିରରେ ଯୋଗଦାନ କରିଥିଲେ

Leave a Reply