ସାମାଜିକ ଦୂରତାରେ କାଲିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର: ଆସନ୍ତାକାଲି ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ୬୦ଟି ସେଣ୍ଟରରେ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା ସହ ସାନିଟାଇଜର ବ୍ୟବହାର ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ସାମାଜିକ ଦୂରତା କିଭଳି ସଠିକ ଭାବରେ ପାଳନ ହୋଇପାରିବ ସଥିପାଇଁ କମ ପରୀକ୍ଷକ ଖାତା ଦେଖିବେ । ସକାଳ ୧୦ଟାରୁ ଦିନ ୩ ଟା ମଧ୍ୟରେ ହେବ ଖାତା ଦେଖା । ଏହି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା ।

ପୂର୍ବରୁ ମାର୍ଚ୍ଚ ୧୯ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ତେବେ ଲକ୍‌ଡାଉନ୍‌ ଯୋଗୁଁ ଏହା ସେହିଦିନଠାରୁ ସ୍ଥଗିତ ରଥିଲା । ଏହାପରେ ମେ’ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ତେବେ କିଛି ଅଞ୍ଚଳ ବାତ୍ୟାରେ ପ୍ରଭାବିତ ହୋଇଥିବାରୁ ହୋଇପାରିନଥିଲା ମାଟ୍ରିକ ଖାତାଦେଖା । ଶେଷରେ ମେ’ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି । କାଲିଠାରୁ ଆରମ୍ଭ ହେବ ଏହି ଖାତା ଦେଖା । ୪୫ଦିନ ମଧ୍ୟରେ ରେଜଲ୍‌ଟ ପ୍ରକାଶ ପାଇବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହେବ । ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Leave a Reply