ୟେସ୍‌ ବ୍ୟାଙ୍କ ଘୋଟାଲା: ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ପତ୍ନୀ ଓ ଦୁଇ ଝିଅଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ୪ ହଜାର କୋଟି ଟଙ୍କା ଠକେଇ ମାମଲାରେ ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ପତ୍ନୀ ଓ ଦୁଇ ଝିଅଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟ। ଜଷ୍ଟିସ ଏସକେ କାଉଲ ଓ ଜଷ୍ଟିସ ଏମଏମ ସୁନ୍ଦରେସଙ୍କୁ ନେଇ ଗଠିତ ଖଣ୍ଡପୀଠ ପତ୍ନୀ ବିନ୍ଦୁ କାପୁର,ଦୁଇ କନ୍ୟା ରାଧା ଓ ରୋସନୀ କପୁରଙ୍କୁ ଜାମିନ ଦେଇଛନ୍ତି।

ଦେବାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ ବା ଡିଏଚଏଫଏଲରେ ହୋଇଥିବା ଠକେଇ ଘଟଣାରେ ସେମାନେ ମୁମ୍ବାଇର ବାଇକୁଲା ମହିଳା ଜେଲରେ ଅଛନ୍ତି । ସେମାନେ ଗୁରୁତର ଅର୍ଥ ଠକେଇ କରିଥିବାରୁ ସେମାନଙ୍କ ଜାମିନକୁ ଗତ ସପ୍ତାହରେ ମୁମ୍ବାଇ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ପୂର୍ବରୁ ମଧ୍ୟ ଜାମିନ ଆବେଦନ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଖାରଜ ହୋଇଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିଏଚଏଫଏଲର କପିଲ ୱାଧୱାନଙ୍କ ସହ ମିଶି ରାଣା କପୁର ୩ ହଜାର ୭୦୦ କୋଟି ଟଙ୍କା ବେଆଇନ ଭାବେ ନିବେଶ କରିଥିବା ଅଭିଯୋଗରେ ରାଣା ଏବେ ଜେଲରେ ଅଛନ୍ତି । ଏହି ନିବେଶ କରିବା ଲାଗି ରାଣା କପୁରଙ୍କୁ ୨୦୦ କୋଟି ଟଙ୍କାର କିକବ୍ୟାକ ଦିଆଯାଇଥିଲା। ଏହି ଟଙ୍କା ରାଣାଙ୍କ ସ୍ତ୍ରୀ ଓ ତାଙ୍କ କନ୍ୟାମାନଙ୍କ ଦ୍ୱାରା ପରିଚାଳିତ ଅର୍ବାନ ଭେନଚର ଫାର୍ମକୁ ଋଣ ଆକାରରେ ପ୍ରଦାନ କରାଯାଇଥିଲା।

Leave a Reply