ୟେସ୍ ବ୍ୟାଙ୍କ ପୁନଃଗଠନ ସ୍କିମ୍ ଅନୁମୋଦିତ, ମାର୍ଚ୍ଚ ୧୮ରୁ ଉଠିବ ପ୍ରତିବନ୍ଧକ

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୟେସ୍ ବ୍ୟାଙ୍କ ପୁନଃଗଠନ ସ୍କିମ୍ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ସହ ବ୍ୟାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ମାର୍ଚ୍ଚ ୧୮(ବୁଧବାର) ସନ୍ଧ୍ୟା ୬ଟାରୁ ଉଠିବ । ବିଜ୍ଞପ୍ତି ଅନୁସାରେ ବର୍ତ୍ତମାନର ୟେସ୍ ବ୍ୟାଙ୍କ ପ୍ରଶାସକ ପ୍ରଶାନ୍ତ କୁମାରଙ୍କୁ ଏହାର ମ୍ୟାନେଜିଂ ଡାଇରେକ୍ଟର ତଥା ସିଇଓ ଭାବେ ନିଯୁକ୍ତ କରାଯାଇଛି । ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ୟେସ୍ ବ୍ୟାଙ୍କ ଉପରେ ଟଙ୍କା ଉଠାଣ ଓ ଅନ୍ୟାନ୍ୟ ପ୍ରତିବନ୍ଧକ ବେଲଆଉଟ୍ ପ୍ଲାନ୍ ବିଜ୍ଞପ୍ତି ଆସିବାର ତିନି ଦିନ ପରେ ଉଠିଯିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଞ୍ଜି ସଂକଟର ସମ୍ମୁଖୀନ ହୋଇଥିବା ୟସ୍ ବ୍ୟାଙ୍କ ଉପରେ ମାର୍ଚ୍ଚ ୫ ତାରିଖ ଦିନ ପ୍ରତିବନ୍ଧକ ଲାଗୁ କରିଥିଲା । ଏହାସହ ବ୍ୟାଙ୍କ ଗ୍ରାହକ ମାସକୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ଆଦେଶ ଦେଇଥିଲା । ଏହାପରଠାରୁ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ପୂର୍ବତନ ସିଇଓ ରାଣା କପୁର ଇଡି ଓ ସିବିଆଇ ସ୍କାନରରେ ଅଛନ୍ତି ।

ରାଣା କଳାଧନ କାରବାରରେ ଲିପ୍ତ ଥିଲେ ବୋଲି ସନ୍ଦେହ କରାଯାଉଛି । ରାଣା ଓ ତାଙ୍କ ତିନି ଝିଅ ତଥା ପତ୍ନୀ ବେନାମୀ କଂପାନି ଆଢୁଆଳରେ ଏଭଳି କାରବାର କରୁଥିବା ସନ୍ଦେହ କରାଯାଉଛି । ରାଣାଙ୍କ ବିରୋଧରେ ସବୁଠୁ ବଡ଼ ଅଭିଯୋଗ ହେଉଛି ଯେ, ସେ ଡିଏଚ୍ଏଫ୍ଏଲ, ଅନିଲ ଅମ୍ବାନି ଗ୍ରୁପ ଓ ଏସେଲ ଗ୍ରୁପକୁ ୨୦ ହଜାର କୋଟିର ଲୋନ୍ ଦେଇ ୩ ହଜାର କୋଟି ଟଙ୍କାର ଫାଇଦା ଉଠାଇଥିଲେ ।

ୟେସ୍ ବ୍ୟାଙ୍କ ରି-ଷ୍ଟ୍ରକ୍ଚରିଂ ପ୍ଲାନ୍ ଘୋଷଣା, ଦୋଷୀଙ୍କୁ କରାଯିବ ଚିହ୍ନଟ

Leave a Reply