ଡହଳ ବିକଳ କରୁଛି ତାତି, ଅସ୍ତବ୍ୟସ୍ତ କରୁଛି ଝାଞ୍ଜିପବନ

1 min read

ଭୁବନେଶ୍ୱର: ଆଜି ବି ରାଜ୍ୟକୁ ଡହଳ ବିକଳ କଲା ତାତି । ସବୁଠି ବହିଲା ଝାଞ୍ଜିପବନ । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ୪୦.୬ ସହିତ ବଲାଙ୍ଗୀର ସବୁଠୁ ଉତପ୍ତ ସହର ପାଲଟିଛି । ସେପଟେ ଆଉ ୨୪ ଘଣ୍ଟା ହନ୍ତସନ୍ତ କରିବ ପ୍ରଚଣ୍ଡ ଖରା। ଆସନ୍ତାକାଲି ୫ଜିଲାକୁ ଗ୍ରୀଷ୍ମପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନୁଗୁଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଅଧିକ ଖରା ହେବ ବୋଲି ସତର୍କତା ଜାରି ହୋଇଛି । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ଉତ୍ତପ୍ତ ବାୟୁ କ୍ରମେ ଦୁର୍ବଳ ହୋଇଯିବ ।

କାଲି ପରେ ସମୁଦ୍ର ମଧ୍ୟରୁ ରାଜ୍ୟ ମଧ୍ୟକୁ ଶୀତଳପବନ ପ୍ରବେଶ କରିବ। ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଗତ ୨୪ ଘଣ୍ଟାରେ ୪୦.୫ ଡିଗ୍ରୀ ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ସେପଟେ ଆସନ୍ତା ୨୩ ମାର୍ଚ୍ଚରେ ବାତ୍ୟା ବାଂଲାଦେଶ ଏବଂ ପାର୍ଶ୍ବବର୍ତୀ ଉତ୍ତର ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବ। ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।