ଜୁନ୍ ୫ରେ କେରଳ ଛୁଇଁବ ମୌସୁମୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

1 min read

ନୂଆଦିଲ୍ଲୀ: ପାଣିପାଗ ବିଭାଗ କେରଳର ୩ଟି ଜିଲ୍ଲା ଅଲପ୍ପୁଝା, କୋଟ୍ଟାୟମ, ଇଡ୍ଡୁକିରେ ଶୁକ୍ରବାର ଦିନ ୟେଲୋ ଆର୍ଲଟ ଜାରି କରାଯାଇଛି । ଏହାସହ ଘଡ଼ଘଡ଼ି ସହ ପବନ ବେଗ ମଧ୍ୟ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହ ଜୁନ୍ ୫ରେ ମୌସୁମୀ ଛୁଇଁବାର ମଧ୍ୟ ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ତରଫରୁ ଆଜି ଜାରି କରାଯାଇଥିବା ସୂଚନା ଅନୁସାରେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ  ଜୁନ୍ ୫ରେ କିମ୍ୱା ଏହାର ୪ଦିନ କି ୫ଦିନ ପୂର୍ବରୁ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି । ପୂର୍ବଥର କେରଳରେ ଜୁନ୧ରେ ମୌସୁମୀ ପହଞ୍ଚିବାର ଥିଲା କିନ୍ତୁ ଏହା ଆଉ୫ଦିନ ଘୁଞ୍ଚି ଜୁନ ୬ରେ ହୋଇଥିଲା । ତେଣୁ ଓଡ଼ିଶାରେ ସେହି ଅନୁସାରେ  ମୌସୁମୀ ପହଞ୍ଚିବ ।

ପାଣିପାଗ ବିଭାଗ ଅନୁସାରେ ଏହି ସମୟରେ କେରଳର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହେବ । ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ପ୍ରାରମ୍ଭିକ ତଥ୍ୟ ଅନୁସାରେ ଏହା ବାତ୍ୟାର ରୂପ ନେଲା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୭ ସନ୍ଧ୍ୟାରେ ରିକର୍ଭ କରି ଉତ୍ତର ଉତ୍ତର-ପୂର୍ବ ଦିଗକୁ ଯିବ । ଏଥିରେ ଉତ୍ତର ଉପକୂଳ ଓଡ଼ିଶାର ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି  । ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

Leave a Reply