୨୦୨୩ରେ ଏହି ଫ୍ଲପ୍ ଷ୍ଟାର ହେଲେ ସୁପରଷ୍ଟାର

1 min read

ବ୍ୟୁରୋ ରିପୋର୍ଟ : ବଲିଉଡ ପାଇଁ ୨୦୨୩  ବର୍ଷ ଏକ ଦମଦାର ବର୍ଷ ଭାବେ ପ୍ରମାଣିତ ହୋଇଛି । ଚଳିତ ବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ ରାଜ୍ କରିଛି । ଅନେକ ଷ୍ଟାରଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଆମେ ଯେଉଁ ଷ୍ଟାରଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେମାନ ବହୁତ ଦିନ ପରେ ଫିଲ୍ମକୁ କମବ୍ୟାକ୍ କରିବା ସହ ଧମଲା ମଚାଇଛନ୍ତି ।

କଥାରେ ଅଛି କଠିନ ପରିଶ୍ରମ କଲେ ଭାଗ୍ୟ ବଦିଥାଏ । ଏବେ ଏଭିଳି କିଛି ଦେଖିବାକୁ ମିଳିଛି ବଲିଉଡ୍ ଇଣ୍ଡଷ୍ଟ୍ରିରେ । ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ଧରି ରୂପେଲି ପରଦା ଠାରୁ ଦୂରେଇ ଥିଲେ । ଏବଂ ସେମାନଙ୍କ ଚଳଚ୍ଚିତ୍ର କ୍ରମାଗତ ଭାବରେ ଫ୍ଲପ୍ ହେଉଥିଲା । ଚଳିତ ବର୍ଷ ସେମାନଙ୍କ ଭାଗ୍ୟ ବଦିଳିଛି। ଏହା କେବଳ ସମ୍ଭବ ହୋଇଛି ସେମାନଙ୍କ କଠିନ ପରିଶ୍ରମ ଦ୍ୱାରା । ଏହି ଷ୍ଟାରଙ୍କ ମଧ୍ୟରେ ପ୍ରଥମ ଅଛି ଶାହାରୁଖ ଖାନ

ଶାହାରୁଖ ଖାନ ବଲିଉଡର କିଙ୍ଗ୍ ଅଟନ୍ତି । ସେ ୨୦୧୮ରେ ବଲିଉଡରୁ ଦୂରେଇ ଯାଇଥିଲେ । ଶାହାରୁଖ ୨୦୨୩ ରେ ଦମଦାର ପଠାନ ଫିଲ୍ମ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ଏକ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା । ଏହାସହ ​​ ବ୍ଲକବଷ୍ଟର ଫିଲ୍ମ ବୋଲି ପ୍ରମାଣିତ ହୋଇଛି । ଏହା ପରେ ଯବାନ ଆସିଥିଲା । ଏହି ପିଲ୍ମ ପଠାନଠାରୁ ଅଧିକ ଟଙ୍କା ରୋଜଗାର କରିଥିଲା । ଶାହାରୁଖ ଚଳିତ ବର୍ଷ ଦୁଇଟି ବ୍ଲକବଷ୍ଟର ଫିଲ୍ମ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ତାଙ୍କର ଫିଲ୍ମ ‘ଡଙ୍କି’ ଆସିବାକୁ ଯାଉଛି । ଏହା  ୨୦୨୩ ଶେଷରେ ମୁକ୍ତିଲାଭ କରିବାକୁ ଥିବାବେଳେ ଏହା ମଧ୍ୟ ସଫଳ ହେବ ବୋଲି କୁହାଯାଉଛି।

ସନ୍ନି ଦେଓଲ୍- ୨୦୨୩ ବର୍ଷ ମଧ୍ୟ ସନ୍ନି ଦେଓଲଙ୍କୁ ବଡ ସଫଳତା ଦେଇଛି । ବାସ୍ତବରେ, ୨୦୦୧ ରେ ସନ୍ନି ଦେଓଲଙ୍କ ‘ଇଣ୍ଡିଆନ’ ରିଲିଜ୍ ହେବା ପରେ ତାଙ୍କର ମୋଟ ୩୨ ଟି ଫିଲ୍ମ ରିଲିଜ୍ ହୋଇଛି ।  କିନ୍ତୁ କୌଣସି ଫିଲ୍ମ ହିଟ୍ ହୋଇନାହିଁ। ତାଙ୍କର ୨ରୁ ୩ଟି ଫିଲ୍ମ ସେମି-ହିଟ୍ ହୋଇଥିଲା । ବାକି ସବୁ ଫିଲ୍ମ ଫ୍ଲପ୍ ହୋଇଛି । କିନ୍ତୁ ଚଳିତ ବର୍ଷ ଗଦର-୨ ଚହଳ ସୃଷ୍ଟି କରିଥିଲା । ତାଙ୍କର ଦମଦାର ଅଭିନୟ ସହ ବଡ ସଫଳତା ହାସଲ କରିଛନ୍ତି ସନ୍ନି। ଫିଲ୍ମ ହିଟ୍ ହେବା ସହ ପ୍ରାୟ ୫୫୦ କୋଟି ଟଙ୍କା ରୋଜଗାର କରିଛି।

ବବି ଦେଓଲ୍- ଏହି ତାଲିକାର ପରବର୍ତ୍ତୀ ନାଁ ବବି ଦେଓଲଙ୍କ ରହିଛି । ବବିଙ୍କ ୨୮ ବର୍ଷର ଫିଲ୍ମ କ୍ୟାରିୟର ରହିଛି । ଏହା ମଧ୍ୟରେ ତାଙ୍କର କିଛି ଫିଲ୍ମ ଲୋକପ୍ରିୟ ହାସଲ କରିଥିବା ବେଳେ ଆଉ କିଛି ଫ୍ଲପ୍ ହୋଇଥିଲା । କିନ୍ତୁ ଚଳିତ ବର୍ଷ ରିଲିଜ୍ ହୋଇଥିବା ‘ଆନିମଲ’ ତାଙ୍କର ଭାଗ୍ୟ ବଦଳାଇ ଦେଇଛି । ଆନିମଲରେ ଦମଦାର ଅଭିନୟ କରି  ପ୍ରଶଂସା ସାଉଁଟିଛନ୍ତି ବବି ।

ଆୟୁଷ୍ମାନ ଖୁରାନା- ଆୟୁଷ୍ମାନ ଖୁରାନାଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଡ୍ରିମ୍ ଗାର୍ଲ-2 ବକ୍ସ ଅଫିସରେ ୧୦୪.୯୦ କୋଟି ଟଙ୍କା ରୋଜଗାର କରିଛି ।  ​ଏବଂ ଏହା ଏକ ହିଟ୍ ଫିଲ୍ମ ବୋଲି ପ୍ରମାଣିତ ହୋଇଛି । ଲଗାତାର ଚାରିଟି ଫ୍ଲପ୍ ଫିଲ୍ମ ଦେବା ପରେ ଏହି ଫିଲ୍ମ ତାଙ୍କୁ ମାଇଲେଜ୍ ଦେଇଛି ।