ୟାସିନ ମଲିକଙ୍କୁ ସଜ୍ଜା ପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଆର୍ଲଟରେ ଦିଲ୍ଲୀ

1 min read
Yasin Malik Life Imprisonment Terror Attack Alert In Delhi NCR

ନୂଆଦିଲ୍ଲୀ: ପ୍ରତିବନ୍ଧିତ ସଂଗଠନ ଜମ୍ମୁ-କାଶ୍ମୀର ଲିବରେସନ୍ ଫ୍ରଣ୍ଟର ମୁଖ୍ୟ ୟାସିନ୍ ମଲିକକୁ ଟେରର୍ ଫଣ୍ଡିଂ ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଏଥିସହ କୋର୍ଟ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଏହାରି ଭିତରେ ସୁରକ୍ଷା ଏଜେନ୍ସି ୟାସିନଙ୍କୁ ନେଇ ବଡ଼ ଆଲର୍ଟ ଜାରି କରିଛନ୍ତି ।

ସୂଚନା ଅନୁସାରେ, ସୁରକ୍ଷା ଏଜେନ୍ସି ଅଧିକାରୀଙ୍କୁ ବ୍ୟତୀତ ଦିଲ୍ଲୀ ପୋଲିସକୁ ପ୍ରାୟ ୬ରୁ ୭ଟି ସମ୍ବେଦନଶୀଳ ଆଲର୍ଟ ମିଳିଛି । ଯେଉଁଥିରେ ଦିଲ୍ଲୀ-ଏନସିଆରରେ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି । ଧମକପୂର୍ଣ୍ଣ ଚିଠିରେ ଲେଖା ଯାଇଛି, ଦିଲ୍ଲୀ ତିହାର ଜେଲରେ ଥିବା ବିଚ୍ଛିନ୍ନତାବାଦୀ ୟାସିନ୍ ମଲିକଙ୍କୁ ସଜ୍ଜା ବିରୋଧରେ ଆତଙ୍କବାଦୀ ଆକ୍ରମଣ କରାଯିବ ।

ଏନ୍ଆଇଏ କୋର୍ଟ ୟାସିନ୍ ମଲିକଙ୍କୁ ଦୋଷୀ ଘୋଷଣା କରିବା ପର ଠାରୁ ସୁରକ୍ଷା ଏଜେନ୍ସିକୁ ଏଭଳି ଧମକପୂର୍ଣ୍ଣ ମେସେଜ୍ ଆସୁଛି । କୋର୍ଟ ୟାସିନ୍ ମଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଯେତେବେଳେ କି ଏନ୍ଆଇଏ ଫାଶୀ ଦଣ୍ଡ ଦେବାକୁ ଦାବି କରିଥିଲା ।